ବାପାର ବଡ ହୃଦୟ ! ୨ବର୍ଷ ଧରି ପଇସା ସଂଚୟ କରି ଝିଅ ପାଇଁ କିଣିଲେ ଫ୍ରକ୍

115

ବୃତ୍ତି ସିନା ଭିକ ମାଗିବା । ହେଲେ ହୃଦୟ ଥିଲା ଜଣେ ବାପର । କେମିତି ସେ ସହିପାରିଥାନ୍ତେ । କୋଉ ବାପା କେବେ ନିଜ ପିଲାକୁ କେଉଁଥିରେ ଊଣା କରିପାରେ । ସେ କେମତି ବା କରିପାରିଥାନ୍ତେ । ଏହିଭଳି ଭିକ ମାଗି ପରିବାର ପୋଷୁଥିବା ଜଣେ ବାପା ହେଲେ କୋଶର ହୁସେନ୍ । ଅନ୍ୟ ବାପାମାନଙ୍କ ଭଳି ତାଙ୍କର ମଧ୍ୟ ନିଜ ଛୋଟ ଝିଅର ଆବଶ୍ୟକତା ପୂରଣ କରିବାର ଢେର୍ ଇଚ୍ଛା ଥିଲା । ହେଲେ ଭାଗ୍ୟର ବିଡମ୍ବନା ଯେ ଅର୍ଥାଭାବରୁ ସେ ଏହାକୁ ପୂରଣ କରିପାରୁନଥିଲା । ହାତ କଟିଯାଇଥିବାରୁ ଭିକ୍ଷା ମାଗୁଥିବା ହୁସେନ୍ ଝିଅ ପାଇଁ ଡ୍ରେସ୍ କିଣିବାକୁ ଏକ ଦୋକାନକୁ ଯାଇଥିଲେ । ଦୋକାନୀ ତାଙ୍କୁ ଅଳ୍ପ ପଇସା ପାଇଁ ଅପମାନିତ କରି ଫେରାଇଦେଇଥିଲା । ଏହା ହୁସେନଙ୍କୁ ଯେତିକି ବାଧିଥିଲା ,ତା’ଠୁ ବେଶୀ ବାଧିଥିଲା ତାଙ୍କ ଝିଅକୁ ।

ଝିଅଟି ବାପାଙ୍କୁ ବୁଝାଇଥିଲା ମୋର ଫ୍ରକ୍ ଦରକାର ନାହିଁ । ହେଲେ ହୁସେନ ଖୁବ୍ ଦୁଃଖିତ ଥିଲେ । ଝିଅକୁ ଗୋଟେ ଫ୍ରକ୍ ଦେଇପାରିନଥିବାର ଅପାରଗତା ତାଙ୍କୁ ଦୁଃଖ ଦେଇଥିଲା । ଝିଅକୁ ଗୋଟେ ଭଲ ଡ୍ରେସ୍ ଦେବାପାଇଁ ୨ବର୍ଷ ଧରି ସଂଚୟ କରିଥିଲେ ଟଙ୍କା । ଶେଷରେ ଝିଅ ସହ ଯାଇ ତାର ମନ ପସନ୍ଦର ଫ୍ରକ୍ କିଣିଥିଲେ ବଜାରରୁ । ବାପା ହୁସେନ ଖୁବ୍ ଖୁସି ହୋଇଥିଲେ ।

ଝିଅ ଫ୍ରକ୍ ପିନ୍ଧିବା ପରେ ପଡୋଶୀଙ୍କ ଠାରୁ ମୋବାଇଲ ଆଣି ଫଟୋ ଉଠାଇଥିଲେ । ସ୍ଥାନୀୟ ଜଣେ ଫଟୋଗ୍ରାଫର ମଧ୍ୟ ନିଜ କ୍ୟାମେରାରେ ଉଠାଇଥିଲେ ଏ ଫଟୋ । ଆଉ ଏହାକୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ।                                                    ( ସୈାଜନ୍ୟ – ସ୍କୁପ୍ ହୁପ୍ ନ୍ୟୁଜ୍)

ଏହାସହ ମଧ୍ୟ ପଢନ୍ତୁ- କାହିଁକି ମିଶିଲାନି ନିଜ ମୁହଁ ସହ ପୁଅର ମୁହଁ ? ସ୍ତ୍ରୀର ତଣ୍ଟିଚିପି ହତ୍ୟା କଲେ ସ୍ୱାମୀ !