ଚୋରି କରିଛନ୍ତି ଅର୍ଣ୍ଣବ ଗୋସ୍ୱାମୀ ! ଟାଇମ୍ସ ନାଓ ଆଣିଲା ସଙ୍ଗିନ୍ ଅଭିଯୋଗ

39

ମୁମ୍ବାଇ : ଟେଲିଭିଜନ ଦୁନିଆଁର ଚର୍ଚ୍ଚିତ ଓ ଲୋକପ୍ରିୟ ଚେହେରା ଅର୍ଣ୍ଣବ ଗୋସ୍ୱାମୀ । ନିକଟରେ ଲଂଚ କରିଛନ୍ତି ନିଜର ଏକ ଇଂରାଜୀ ନ୍ୟୁଜ୍ ଚ୍ୟାନେଲ୍ ରିପବ୍ଲିକ୍ ଟିଭି । ସୂଚନା ଅନୁସାରେ ଟାଇମ୍ସ ନାଓ ପୁଲିସରେ ଏକ ଅଭିଯୋଗ କରିଛି । ଚୋରି ଅଭିଯୋଗରେ କ୍ରିମିନାଲ କେସ୍ ଦେଇଛି ନିଜର ପୂର୍ବତନ କର୍ମଚାରୀ ଅର୍ଣ୍ଣବଙ୍କ ନାଁରେ ଏବଂ ଆଉ ଜଣ ପୂର୍ବତନ କର୍ମଚାରୀ ପ୍ରେମା ଶ୍ରୀଦେବୀଙ୍କ ନାଁରେ ମଧ୍ୟ । ଯାହା ଏବେ ଖବରର ଶିରୋନାମା ସାଜିଛି ।

ସୂତ୍ରରୁ ପ୍ରକାଶ, ଏହାର କପି ରାଇଟ୍ସକୁ ଚୋରି କରିଥିବାରୁ ବିସିସିଏଲ୍ ଏକ ଅଭିଯୋଗ କରିଛନ୍ତିି । ମୁମ୍ବାଇର ଆଜାଦ ମୈଦାନ ପୁଲିସ୍ ଷ୍ଟେସନରେ ଏହି ଏତଲା ଦେଇଛି ବିସିସିଏଲ୍ । ବିଶ୍ୱାସ ଘାତକ , ଚୋରି ଅପରାଧ ,ସଂପତ୍ତିର ଦୁରୁପଯୋଗ , ବିସିସିଏଲର ଆଇପିଆରର ଉଲଂଘନ କରି ରିପବ୍ଲିକ ଟିଭିରେ ବ୍ୟବହାର କରିବା ନେଇ ହୋଇଛି ଟାଇମ୍ସ ନାଓର ଅଭିଯୋଗ ।

ଅର୍ଣ୍ଣବ ଗୋସ୍ୱାମୀ ,ପୂର୍ବରୁ ଜଣେ ଏଡିଟର-ଇନ୍-ଚିଫ୍ ଭାବେ ଟାଇମ୍ସ ନାଓରେ କାମ କରୁଥିଲେ । ମେ’୬ରେ ଲଂଚ କରିଛନ୍ତି ରିପବ୍ଲିକ୍ ଟିଭି ନାଁରେ ନିଜର ଏକ ନ୍ୟୁଜ ଚ୍ୟାନେଲ୍ । ଆଉ ଏହି ଚ୍ୟାନେଲରେ ପ୍ରଥମ ଦିନରେ ପ୍ରସାରଣ କରିଥିବା ଅଡିଓ ଟେପ୍ ରେକର୍ଡ ଷ୍ଟୋରି ଥିଲା ଟାଇମ୍ସ ନାଓର ବୋଲି ଅଭିଯୋଗ ଆସିଛି । ଆଉ ପୁଲିସରେ ଏଥିପାଇଁ ଟାଇମ୍ସନାଓର ଅଭିଯୋଗ ସଙ୍ଗିନ୍ ମୋଡ ନେଇଛି ।

(ସୈାଜନ୍ୟ : ଦ ଇକୋନୋମିକ ଟାଇମ୍ସ)