ଧୋନୀ ପାଇବେ ପଦ୍ମ ଭୂଷଣ ! ବିସିସିଆଇ ଏହି ପୂର୍ବ ଅଧିନାୟକଙ୍କର ନାଁକୁ କରିଛି ସୁପାରିଶ

62

dhoni-giକନକ ବ୍ୟୁରୋ : ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଟ (ବିସିସିଆଇ) ଦଳର ପୂର୍ବତନ ଅଧନାୟକ ମହେନ୍ଦ୍ର ସିଂହ ଧୋନୀଙ୍କୁ ଦେଶର ୩ୟ ସବୁଠୁ ବଡ ନାଗରିକ ସମ୍ମାନ ଦେବାକୁ ଅଂଟା ଭିଡିଛନ୍ତି । ଆଉ ଧୋନିଙ୍କ ନାଁକୁ ପଦ୍ମ ଭୂଷଣ ପାଇଁ ନାମାଙ୍କିତ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଧୋନୀଙ୍କର ଖେଳ ବିଶେଷ ଯୋଗଦାନ ପାଇଁ ଏପରି ନିଷ୍ପତ୍ତି ନେଇଛି ବିସିସିଆଇ । ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ଏହି ସୂଚନା ଦେଇଛନ୍ତି ଯେ, ବୋର୍ଡ ଏହି ବର୍ଷ କେବଳ ଗୋଟିଏ ନାମକୁ ସୁପାରିଶ କରିବାକୁ ନିଶ୍ଚିତ କରିଛି । ସ କେହିଛନ୍ତି ଦେଶର ସବୁଠୁ ସଫଳ ଅଧିନାୟକଙ୍କର ନାଁ ପଠାଇବାକୁ ସର୍ବସମ୍ମତ୍ତିରେ କରାଯାଇଛି ।

ms-dhoni-of-india-during-the-icc-champions-trophy-match-1504029066ବିସିସିଆଇର ଜଣେ ଅଧିକାରୀ ନାମ ଛାପିବା ସର୍ତ୍ତ ରଖି କହିଛନ୍ତି, ବୋର୍ଡ ମହେନ୍ଦ୍ର ସିଂହ ଧୋନୀଙ୍କୁ ପଦ୍ମ ଭୂଷଣ ପୁରସ୍କାର ପାଇଁ ନାମିତ କରିବାକୁ ନିଷ୍ପତ୍ତି ନେଇଛି । ସଦସ୍ୟଙ୍କ ମଧ୍ୟରେ ଧୋନୀଙ୍କ ନାମକୁ ନେଇ କୈାଣସି ଦ୍ୱିମତ ମଧ୍ୟ ନାହିଁ । ଧୋନୀ ଦୁଇଟି ବିଶ୍ୱ କପ୍ ( ୨୦୧୧ରେ ୫୦ ଓଭରର ବିଶ୍ୱ କପ୍ ଓ ୨୦୦୭ରେ ୱଲର୍ଡ ଟି-୨୦) ବିପକ୍ଷରେ ଜିତିଛନ୍ତି । ଏହାଛଡା ୱାନ ଡେ ଇଂଟରନ୍ୟାସନାଲରେ ୧୦ ହଜାର ପାଖାପାଖି ରନ୍ , ୯୦ ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି । ଆମେ ନାମାଙ୍କନ କରିବା ପାଇଁ ଧୋନୀଙ୍କ ଠାରୁ ଅନ୍ୟ କିଛି ବିକଳ୍ପ ପାଇନଥିଲୁ ।

MS-Dhoniବିସିସିଆଇ ଏହି ବର୍ଷ ପଦ୍ମ ପୁରସ୍କାର ପାଇଁ ଆଉ କୈାଣସି ଖେଳାଳୀଙ୍କ ନାମ ପଠାଇନାହିଁ । ୩୬ ବର୍ଷୀୟ ଧୋନୀ ୩୦୨ ୱାନଡେ ମ୍ୟାଚ୍ ରେ ୯୭୩୭ ରନ୍ କରିଛନ୍ତି ଏବଂ ୯୦ଟି ଟେଷ୍ଟ ମ୍ୟାଚରେ କରିଛନ୍ତି ୪୮୭୬ ରନ୍ । ଏହା ଛଡା ୭୮ଟି ଟି-୨୦ ଇଂଟରନ୍ୟାସନାଲ ମ୍ୟାଚରେ ୧୨୧୨ରନ୍ କରିଛନ୍ତି । ଧୋନୀଙ୍କ ନାମରେ ୧୬ଟି ଅନ୍ତରାଷ୍ଟ୍ରୀୟ ଶତକ ରହିଛି । ଟେଷ୍ଟରେ ସେ ୬ଟି ଓ ୱାନଡେରେ ୧୦ଟି ଶତକ କରିଛନ୍ତି । ଖାଲି ଏତିକି ନୁହେଁ ସେ ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ୧୦୦ ହାଫ୍ ସେଂଚୁରୀ ମଧ୍ୟ କରିଛନ୍ତି ।

dhoniୱିକେଟକିପର ସ୍ତରରେ ଧୋନୀ ସବୁ ଫର୍ମାଟରେ ମିଶାଇ ୫୮୪ କ୍ୟାଚ(୨୫୬ଟି ଟେଷ୍ଟରେ ,୨୮୫ଟି ୱାନଡେ କ୍ରିକେଟରେ ଓ ଟି-୨୦ ଇଂଟରନ୍ୟାସନାଲରେ ୪୩ ଟି) ନେଇଛନ୍ତି । ଏହାସହ ସେ ୧୬୩ ଟି ଷ୍ଟମ୍ପ ଆଉଟ୍ ମଧ୍ୟ କରିଛନ୍ତି । ଧୋନୀଙ୍କୁ ପ୍ରତିଷ୍ଠିତ ଅର୍ଜୁନ ପୁରସ୍କାର , ରାଜୀବ ଗାନ୍ଧୀ ଖେଳ ରତ୍ନ ପୁରସ୍କାର ଓ ପଦ୍ମଶ୍ରୀ ପୁରସ୍କାର ମଧ୍ୟ ମିଳିସାରିଛି । ଯଦି ଧୋନୀଙ୍କୁ ପଦ୍ମ ଭୂଷଣ ମିଳିବ , ସେ ଏହି ସମ୍ମାନ ପାଇବାରେ ୧୧ତମ କ୍ରିକେଟର ହେବେ । ତାଙ୍କ ପୂର୍ବରୁ ସଚିନ୍ ତେନ୍ଦୁଲକର , କପିଲ ଦେବ, ସୁନିଲ ଗାଭାସ୍କର, ରାହୁଲ୍ ଦ୍ରାବିଡ୍ , ଚନ୍ଦୁ ବୋର୍ଡି, ପ୍ରଫେସର ଡିବି ଦେୱଧର , କର୍ଣ୍ଣଲ ସିକେ ନାଇଡୁ ଓ ଲାଲା ଅମରନାଥ ଆଦିଙ୍କୁ ଏହି ସମ୍ମାନ ମିଳିସାରିଛି ।