ବରଗଡ ଧନୁଯାତ୍ରାରେ ପଲିଶ୍ରୀମେଳା : ମୁଖ୍ୟ ଆକର୍ଷଣ ୪୩ ଫୁଟ ଲମ୍ବର ଝାଡୁ

24

ବରଗଡ : ଉପାନ୍ତ ଗାଁରୁ ଲିମକା ରେକର୍ଡ ପ୍ରସ୍ତୁତି । ବରଗଡ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ଅବସରରେ ଆୟୋଜିତ ପଲିଶ୍ରୀମେଳାର ମୁଖ୍ୟ ଆକର୍ଷଣ ସାଜିଛି ଏହି ୪୩ ଫୁଟ ଲମ୍ବର ଝାଡୁ । ଏଥିରେ ରହିଛି ଲକ୍ଷେ ୧୭ ହଜାର ୨୭୨ଟି ଖାଡି ।

ଏହି ଝାଡୁଟି ଏବେ ଲିମକା ବୁକ୍ ଅଫ୍ ରେକର୍ଡସ ଏବଂ ଗିନିଜ୍ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇବା ପାଇଁ ଦାବି ଜଣାଇଛି । ଏହାକୁ ପ୍ରସ୍ତୁତ କରିଛନ୍ତି ବରଗଜ ଜିଲ୍ଲା ଝାରବନ୍ଧ ବ୍ଲକ୍ ସରଗୁଲ ଗ୍ରାମର ଯୁବଚାଷୀ କୁଳମଣି ବାଗ, ଚନ୍ଦ୍ରକାନ୍ତି ପଟେଲ୍ ଏବଂ ଶାଖାଡୁଙ୍ଗୁରୀ ଗ୍ରାମର ଶୁକ୍ଲା ବାଗ ଓ ଚନ୍ଦ୍ରକାନ୍ତି ବାଗ୍ ।

ଏହାସହ ଦେଖନ୍ତୁ ଏହି ଭିଡିଓ –