ଘରକୁ ନଯାଇ ତିନି ଦିନ ଧରି କରୁଥିଲେ ଅଫିସ କାମ : ହୃଦଘାତରେ ବ୍ୟାଙ୍କ ମ୍ୟାନେଜରଙ୍କ ମୃତ୍ୟୁ

50

managerdieନୋଟ ଅଚଳ ଯୋଗୁଁ ଲୋକଙ୍କ ଅସୁବିଧା ନେଇ ଅନେକ ଖବର ପ୍ରକାଶ ପାଉଛି । ଦିନକୁ ଦିନ ନୂଆ ନୂଆ ତଥ୍ୟ ଓ ଘଟଣାର ସୂତ୍ରପାତ ଘଟୁଛି । ହେଲେ ବ୍ୟାଙ୍କରେ କାର୍ଯ୍ୟରତ କର୍ମଚାରୀମାନେ ମଧ୍ୟ ଲାଇନରେ ଛିଡା ହେଉଥିବା ଲୋକଙ୍କ ଠାରୁ ଢେର ଅଧିକ କଷ୍ଟ ଅନୁଭବ କରୁଛନ୍ତି ଏହା ନିରାଟ ସତ୍ୟ । ଲୋକଙ୍କୁ ସୁବିଧା ଯୋଗାଇଦେବା ନେଇ ସେମାନେ ବି କରୁଛନ୍ତି ଅକ୍ଲାନ୍ତ ପରିଶ୍ରମ । ନିଜର କର୍ତବ୍ୟରେ ଲାଗିପଡିଛନ୍ତି । ବିନା ବିଶ୍ରାମରେ କରୁଛନ୍ତି କାମ । ଯାହାର ପରିଣାମରେ ଜଣେ ବ୍ୟାଙ୍କ ମ୍ୟାନେଜରଙ୍କର ମୃତ୍ୟୁ ଘଟିଛି ।

iiହିନ୍ଦୁସ୍ତାନ ଟାଇମ୍ସରେ ପ୍ରକାଶିତ ହୋଇଛି ଏମିତି ଏକ ଖବର । ଯାହାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ଅଧିକ କାମ ପ୍ରେସରରେ ଜଣେ ବ୍ୟାଙ୍କ ମ୍ୟାନେଜରଙ୍କ ହୃତଘାତରେ ମୃତ୍ୟୁ ହୋଇଛି । ହରିୟାଣା , ରୋହତକର କୋଅପରେଟିଭ୍ ବ୍ୟାଙ୍କ ମ୍ୟାନେଜର ୫୬ ବର୍ଷୀୟ ରାଜେଶ କୁମାରଙ୍କର ଗତ ବୁଧବାର ଦିନ ମୃତ୍ୟୁ ହୋଇଛି । ବ୍ୟାଙ୍କ କାମ ପାଇଁ ସେ ତିନି ଦିନ ହେଲା ଘରକୁ ଯାଇନଥିଲେ । କାମ ପ୍ରେସର ଯୋଗୁଁ ରାତି ରାତି ବସି ଅଫିସ କାମ କରୁଥିଲେ । ତିନିଦିନ ହେଲା ସେ ଘରକୁ ନଯାଇ ଅଫିସରେ ରହିଯାଉଥିଲେ ।

333ରାଜେଶଙ୍କ ପରିବାର ସୂତ୍ରରୁ ପ୍ରକାଶ ଯେ ରାଜେଶ ହାର୍ଟ ରୋଗ ପାଇଁ ମେଡିସିନ ଖାଉଥିଲେ । ତାଙ୍କ ପରିବାର ଗୁଡଗାଓଁରେ ରୁହଁନ୍ତି । ତାଙ୍କର ଦୁଇଟି ଝିଅ ଓ ଜଣେ ପୁଅ । ପୁଲିସର ସୂଚନାନୁସାରେ ରାଜେଶଙ୍କର ହୃଦଘାତରେ ମୃତ୍ୟୁ ହୋଇଛି । ବୁଧବାର ସକାଳେ ଯେତେବେଳେ କଂପୁଟର ଅପରେଟର ମ୍ୟାନେଜର ରାଜେଶଙ୍କ ଚ୍ୟାମ୍ବରକୁ ଯାଇ ଡାକିଲେ , ସେ କୈାଣସି ଉତ୍ତର ଦେଇନଥିଲେ ।

ଦେଖନ୍ତୁ ଏହି ଭିଡିଓ