ଏଠି ଚନ୍ଦାଙ୍କ ଜୀବନ ପ୍ରତି ବିପଦ : ସତର୍କ ରହିବାକୁ ପୁଲିସ୍ ଦେଉଛି ପରାମର୍ଶ

29

ମୋଜାମ୍ବିକ : ପୂର୍ବ ଆଫ୍ରିକାର ଦେଶ ମୋଜାମ୍ବିକରେ ଏବେ ଚନ୍ଦା ବ୍ୟକ୍ତିଙ୍କ ଜୀବନ ପ୍ରତି ବିପଦ ଦେଖାଦେଇଛି । ଯେଉଁ ଲୋକଙ୍କ ମୁଣ୍ଡରେ ଚୁଟି ନାହିଁ ସେମାନେ ସତର୍କ ରୁହନ୍ତୁ ବୋଲି ପରାମର୍ଶ ଦେଉଛି ସ୍ଥାନୀୟ ପୁଲିସ୍ । କେତେବେଳେ, କେଉଁ ମୁହୂର୍ତ୍ତରେ ବି ସେମାନଙ୍କ ଉପରେ ଆକ୍ରମଣ ହୋଇପାରେ ବୋଲି ପୁଲିସ୍ କହୁଛି ।

ନିକଟରେ ମିଲାଙ୍ଗ ଅଂଚଳରେ ଦୁଇ ଜଣ ଲୋକଙ୍କୁ ନୃସଂଶ ଭାବେ ହତ୍ୟା କରାଯାଇଥିବା ଓ ଦୁଇ ଜଣ ଚନ୍ଦା ଥିବା ଜଣାପଡିଛି । କୁହାଯାଉଛି ଯେ ତନ୍ତ୍ରମନ୍ତ୍ର ଓ କଳାଯାଦୁ ପାଇଁ ତାନ୍ତ୍ରିକମାନେ ଚନ୍ଦା ଲୋକଙ୍କ ବିଭିନ୍ନ ଅଙ୍ଗକୁ ବ୍ୟବହାର କରୁଛନ୍ତି । ପୁଲିସ୍ ପକ୍ଷରୁ ଆଶଙ୍କା କରାଯାଇଛି ଯେ ଅନ୍ଧବିଶ୍ୱାସ କାରଣରୁ ଚନ୍ଦା ବ୍ୟକ୍ତିଙ୍କୁ ଏବେ ଟାର୍ଗେଟ୍ କରାଯାଉଛି । ପୁଲିସ୍ ରିପୋର୍ଟ ଅନୁସାରେ ମୃତ ଦୁଇ ବ୍ୟକ୍ତିଙ୍କ ମଧ୍ୟରୁ ଜଣଙ୍କର ମୁଣ୍ଡରୁ ଗଣ୍ଡି ଅଲଗା ହୋଇଥିବା ବେଳେ ଅନ୍ୟ ଜଣଙ୍କର ଶରୀରର ବିଭିନ୍ନ ଅଙ୍ଗକୁ କାଟି ନିଆଯାଇଛି । ଅନ୍ୟପଟେ କୁହାଯାଉଛି ଯେ ଚନ୍ଦା ହୋଇଥିବା ଲୋକମାନେ ଅଧିକ ଧନୀ ଥିବାରୁ ସେମାନଙ୍କୁ ଆକ୍ରମଣ କରାଯାଉଛି ।

( ସୈାଜନ୍ୟ : ବିବିସି ନ୍ୟୁଜ୍ )