ଆପଣ ଜାଣନ୍ତି ? କାନାଡ଼ାରେ ବେବି ୱାକର ବ୍ୟବହାର ମନା

39

ସବୁ ଦେଶରେ କିଛି ନା କିଛି ଅଦ୍ଭୁତ ନିୟମ ରହିଛି । ସେହିପରି କାନାଡ଼ାରେ ଶିଶୁମାନଙ୍କୁ ଚାଲିଶିଖାଇବା ପାଇଁ ବେବି ୱାକର ବ୍ୟବହାରକୁ ମନା । ୨୦୦୪ରୁ ଶିଶୁମାନଙ୍କୁ ଚାଲିବା ଶିଖିବାରେ ସାହାଯ୍ୟ କରୁଥିବା ଏହି ବେବି ୱାକରକୁ ବନ୍ଦ କରିଦିଆଯାଇଛି ।

ସୂଚନା ଅନୁସାରେ , ଏଠାରେ ହୋଇଥିବା କେତେକ ଗବେଷଣା ଅନୁସାରେ, ବେବି ୱାକରରେ ଚାଲୁଥିବା ପିଲାମାନଙ୍କର ଶାରୀରିକ ବିକାଶ ଧୀମା ହୋଇଥାଏ । ତେଣୁ ଏଠାରେ ଏପରି ବାରଣ କରାଯାଇଛି । ଆଉ ଛୋଟ ଶିଶୁମାନଙ୍କୁ ପାରମ୍ପରିକ ଢଙ୍ଗରେ ଚାଲିବା ଶିଖାଯାଉଛି ।