ବାବା ରାମଦେବଙ୍କ କମାଲ : ରିଂ ଭିତରେ ଅଲିମ୍ପିକ୍ ମେଡାଲ ବିଜେତାଙ୍କୁ ଦେଲେ ମାତ୍

32

କନକ ବ୍ୟୁରୋ : ବାବା ରାମଦେବଙ୍କ କମାଲ । ରିଂ ଭିତରେ ଅଲିମ୍ପିକ୍ ମେଡାଲ ବିଜେତାଙ୍କୁ ଦେଇଛନ୍ତି ମାତ୍ । ରୁଷିଆ ରେସଲର୍ ଆଂଡ୍ରେକ୍ ଷ୍ଟାଡନିକଙ୍କ ସହ ହୋଇଥିବା ମୁକାବିଲାକୁ ଜିତି ନେଇଛନ୍ତି ବାବା ରାମଦେବ । ପ୍ରୋ ରେସଲିଂ ଲିଗ୍ ମୁକାବିଲାରେ ଏହି ଦୁଇଜଣଙ୍କ ଏକ ପ୍ରଦର୍ଶନୀ ମୁକାବିଲା ଦେଖିବାକୁ ମିଳିଥିଲା ।

ଏହି ମୁକାବିଲାକୁ ୧୨-୦ ପଏଂଟରେ ଜିତି ନେଇଥିଲେ ବାବା ରାମଦେବ । ଷ୍ଟାଡନିକ ବେଜିଂ ଅଲମ୍ପିକ୍ସରେ ଭାରତୀୟ ରେସଲର ସୁଶୀଲ କୁମାରଙ୍କୁ ହରାଇଥିଲେ । ଫଳରେ ସୁଶୀଲ କୁମାର ଫାଇନାଲ ଖେଳିବାରୁ ବଂଚିତ ହୋଇଥିଲେ ଏବଂ କାଂସ୍ୟ ପଦକରେ ସନ୍ତୁଷ୍ଟ ହୋଇଥିଲେ । ସେପଟେ ରେସଲିଂ ରିଂରେ ଏହା ବାବାଙ୍କ ପ୍ରଥମ ମୁକାବିଲା ନୁହେଁ । ପୂର୍ବରୁ ପତଂଜଳି ଆଶ୍ରମର ୨୦ତମ ବାର୍ଷିକ ଉତ୍ସବରେ ଭାରତୀୟ ରେସଲର୍ ସୁଶୀଲ କୁମାରଙ୍କ ସହ ତାଙ୍କର ମୁକାବିଲା ହୋଇଥିଲା ।

ଏହା ସହ ଦେଖନ୍ତୁ ଏହି ଭିଡିଓ –