ଗରମ ଦୁଗ୍ଧରେ ସ୍ନାନ କରି ବାବା କଲେ ଭବିଷ୍ୟବାଣୀ ! ୨୦୧୯ରେ ହେବ ମେଂଟ ସରକାର

27

ୟୁପିର ସୋନଭଦ୍ରରେ ଗୋବର୍ଦ୍ଧନ ପୂଜା ସମୟରେ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି । ଯେଉଁଠି ଆତ୍ମବିଶ୍ୱାସ ନାମରେ ଲୋକେ ଗରମ ଦୁଗ୍ଧରେ ସ୍ନାନ କରିବାର ନଜିର ରହିଛି । ବାସ୍ତବିକ୍ ସୋନଭଦ୍ରରେ ଗୋବର୍ଦ୍ଧନ ପୂଜା ଦିନ ବୀର ଲୋରିକ ପଥରର ପୂଜା ହୋଇଥାଏ । ପୂଜା ସମୟରେ ଗରମ ଦୁଗ୍ଧରେ ସ୍ନାନ କରିବାର ପରଂପରା ରହିଛି । ଏହି ପୂଜା ସେହି ସମୟରେ ରାଜନୈତିକ ରୂପ ନେଇଛି ଯେବେ ପୂଜାରେ ସାମିଲ୍ ଜଣେ ବାବା ଗରମ ଦୁଗ୍ଧରେ ସ୍ନାନ କରି ଭବିଷ୍ୟବାଣୀ କରିଥିଲେ । କହିଥିଲେ ୨୦୧୯ରେ ହେବାକୁ ଥିଲା ଲୋକସଭା ନିର୍ବାଚନରେ କୈାଣସି ପାର୍ଟିକୁ ମହୁମତ ମିଳିବ ନାହିଁ । ଏବଂ ମେଂଟ ସରକାର ଗଠନ ହେବ ।

ବହୁ ଦିନରୁ ଚାଲିଆସୁଛି ଏହି ପରମ୍ପରା –
ସ୍ଥାନୀୟ ଲୋକଙ୍କ ଅନୁସାରେ, ସୋନଭଦ୍ରରେ ବୀର ଲୋରିକ ପଥରର ପୂଜା କରିବା ଏହି ପରମ୍ପରା ୫ ହଜାର ବର୍ଷରୁ ଚାଲିିଆସୁଛି । ପୂଜାର ଆୟୋଜକ ରୋଶନଲାଲ୍ ଯାଦବ କହିଛନ୍ତି, ଏଠାରେ ସ୍ୱୟଂ ଭଗବାନ ଶ୍ରୀକୃଷ୍ଣ ଗୋବର୍ଦ୍ଧନ ପୂଜା କରିଥିଲେ । ଏବଂ ଏହା ଗରମ ଦୁଗ୍ଧରେ ସ୍ନାନ କରିବା ପରମ୍ପରା ବହୁ ପୂର୍ବରୁ ଚାଲିଆସୁଛି । ପରମ୍ପରା ଅନୁସାରେ ପୂଜାରୀ ଓ ଜଜମାନ ଦୁଇଜଣ ଗରମ ଦୁଗ୍ଧରେ ସ୍ନାନ କରନ୍ତି । ଏମିତି ମାନ୍ୟତା ଅଛି ଯେ ଏହି ଦୁଗ୍ଧରେ ସ୍ନାନ କରିବା ଦ୍ୱାରା ସେହି ଲୋକ ଜଳିଥାନ୍ତି , ଯିଏ ବେଇମାନ ହୋଇଥାନ୍ତି । ସଚ୍ଚୋଟ ଲୋକଙ୍କ ଶରୀରରେ ପଡୁଥିବା ଗରମ ଦୁଗ୍ଧ ଥଣ୍ଡା ହୋଇଯାଏ ।

ଏହି ଥରର ଗୋବର୍ଦ୍ଧନର ପୂଜାରେ ସମାଜବାଦୀ ପାର୍ଟିର ଅନେକ ସ୍ଥାନୀୟ ନେତା ସାମିଲ ହୋଇଥିଲେ । ଏମାନଙ୍କ ଭିତରେ ସମାଜବାଦୀପାର୍ଟିର ଜିଲ୍ଲାଧ୍ୟକ୍ଷ ବିଜୟ ଯାଦବ , ପୂର୍ବ ସାଂସଦ ନରେନ୍ଦ୍ର କୁଶାବାହା ପ୍ରମୁଖ ଥିଲେ । ଏହି ନେତାମାନେ ଆସିବା ପରେ ପୂଜା ନେଲା ରାଜନୈତିକ ରୂପ । ଏହି ମଧ୍ୟରେ ଜଣେ ପୂଜାରୀ ଗରମ ଦୁଗ୍ଧରେ ସ୍ନାନ କରି ଭବିଷ୍ୟବାଣୀ କରି କହିଲେ ପ୍ରଦେଶରେ ଆସନ୍ତା ଥର ସପା ସରକାର ହେବ । ଏହାସହ ୨୦୧୯ରେ ହେବାକୁ ଥିବା ଲୋକସଭା ନିର୍ବାଚନରେ କୌଣସି ପାର୍ଟିକୁ ବହୁମତ ମିଳିବ ନାହିଁ ଏବଂ ମେଂଟ ସରକାର ହେବ ।
( ସୌଜନ୍ୟ- ୱାନଇଣ୍ଡିଆ)