ସାବଧାନ ! ଅସୁବିଧାରେ ପକାଇପାରେ ରିଲିଏନ୍ସ ଜିଓ ନାମରେ ଆସୁଥିବା ଏ ମେସେଜ୍

108

msid-56754566,width-400,resizemode-4,jioଏବେ ରିଲିଏନ୍ସ ଜିଓର ଖୁବ୍ ଲୋକପ୍ରିୟତା । ଚାରିଆଡେ ଜିଓକୁ ତାରିଫ୍ । ଏ ଭିତରେ ରିଲିଏନ୍ସ ଜିଓ ନାମରେ କିଛି ଫେକ୍ ମେସେଜ ବି ଆସୁଛି ୟୁଜରଙ୍କ ନିକଟକୁ । ଆପଣକୁ ପାଖକୁ ଏମିତି କିଛି ଡାଇଉନଲୋଡ ଲିମିଟ ବଢାଇବା ପାଇଁ କିଛି ଲୋଭନୀୟ ମେସେଜ ଆସୁଛି କି? ଯଦି ଏମିତି ମେସେଜ ଆସୁଥାଏ ଏହାକୁ ଏଡେଇ ଦିଅନ୍ତୁ । ଏହା କେବଳ ମିଛ ନୁହେଁ , ଏହା ଦ୍ୱାରା ସାଇବର କ୍ରିମିନାଲ ଆପଣଙ୍କର ପର୍ସନାଲ ଡେଟା ଚୋରାଇ ପାରନ୍ତି ।

ଆଜିକାଲି ଫେସବୁକ୍ ଓ ୱାଟସଆପରେ ଗୋଟେ ମେସେଜ ସେୟାର କରାଯାଉଛି । ଯେଉଁଥିରେ ରିଲିଏନ୍ସ ଜିଓ ୟୁଜର୍ସକୁ ଏକ ଲିଙ୍କରେ କ୍ଲିକ୍ କରିବାକୁ କୁହାଯାଇଥାଏ । କ୍ଲିକ କଲେ ନିଜର ଡେଲି ଡେଟା ୧ ଜିବିରୁ ବଢି ୧୦ ଜିବି ହୋଇଯିବ ବୋଲି କୁହାଯାଇଥାଏ । ଲିଙ୍କରେ କ୍ଲିକ କରିବା ସହ ସେଥିରେ ଫୋନ ନଂ ,ଇ-ମେଲ୍ ଆଡ୍ରେସ୍ ଓ ଅନ୍ୟ କିଛି ତଥ୍ୟ ନିଜ ବିଷୟରେ ଦେବାକୁ ହୋଇଥାଏ । ୟୁଜର ସବୁ ତଥ୍ୟକୁ ପୂରଣ କରିସାରିବା ପରେ ,କୁହାଯାଇଥାଏ ଏହାକୁ ନିଜର ୱାଟସଆପ ଗ୍ରୁପରେ ସେୟାର କରିବା ପାଇଁ । ଆଉମଧ୍ୟ ବେଳେବେଳେ ଏମିତି ମେସେଜ ଆସିଥାଏ କି ଆପଣ ଏହି ସର୍ଭିସକୁ ଅପଗ୍ରେଡ୍ କରିବା ପାଇଁ ୧୦ ୱାଟସଆପ ଗ୍ରୁପ୍ ବା ପ୍ରେଣ୍ଡସଙ୍କୁ ପଠାଇବାକୁ ହେବ ।

ସୂଚନା ମିଳିଛି ଏକ ୱେବସାଇଟ ଫେକ୍ ଅଫର ଦେଇ ଲୋକଙ୍କୁ ବୋକା ବନାଉଛି । କାରଣ ଏଥିରେ ଜିଓର ୱେବସାଇଟ ଠିକଣା ନାହିଁ ।