ଦିନରେ ବି ଜଳିବ ଗାଡି ହେଡଲାଇଟ୍ ! ଦୁର୍ଘଟଣା ରୋକିବାକୁ ସରକାରଙ୍କ ନୂଆ ନିୟମ

101

ଏବେ ଅଟୋମେଟିକ୍ ହେଡଲାଇଟ ଜଳିବ ସବୁ ନୂଆ ଦୁଇଚକିଆ ଗାଡିରେ । ଆସନ୍ତା ଏପ୍ରିଲ ପହିଲାରୁ ଏହି ଅଟୋମେଟିକ ହେଡଲ୍ୟାମ୍ପ ଲାଗିବ । ଦିନ ହେଉ ବା ରାତି ଇଂଜିନ୍ ଷ୍ଟାର୍ଟ ହେବା ମାତ୍ରେ ଏହି ହେଡ୍ ଲାଇଟ୍ ଜଳିବ ।

ରାସ୍ତା ଦୁର୍ଘଟଣା ଏବେ ଏକ ଦିନକୁ ଦିନ ବଢି ଦେଶରେ ବଡ ସମସ୍ୟା ସୃଷ୍ଟି କରିଛି । ଆଉ ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସଡକ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରଣାଳୟ ଏହି ବ୍ୟବସ୍ଥା ପାଇଁ ବାଧ୍ୟତାମୂଳକ କରାଯାଇଛି । ସେହିଭଳି ଦିନରେ ମଧ୍ୟ କାର୍ ଲାଇଟ ଜଳିବ । ଯଦ୍ୱାରା ପଥଚାରୀ ସହଜରେ ଏହାକୁ ଦେଖିପାରିବ । ଆଉ ମଧ୍ୟ ଏହି ହେଡଲାଇଟ ଦିନରେ ଜଳିବା ଦ୍ୱରା ଅନ୍ୟଗାଡଗୁଡିକ ସହଜରେ ପରସ୍ପରକୁ ଦେଖିପାରିବେ । ଫଳରେ ଦୁର୍ଘଟଣାକୁ କିଛି ମାତ୍ରାରେ ଏଡାଇ ହୋଇପାରିବ ବୋଲି ମନ୍ତ୍ରଣାଳୟର ବିଶ୍ୱାସ ।

ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ଠାରୁ ମିଳିଥିବା ରିପୋର୍ଟ ଅନୁସାରେ ସଡକ ଦୁର୍ଘଟଣାରେ ଗତବର୍ଷ ପ୍ରାୟ ୧ଲକ୍ଷ୪୦ହଜାର ଲୋକଙ୍କ ମୃତ୍ୟୁ ହୋଇଛି । ସେଥିମଧ୍ୟରୁ ବାଇକ୍ ଦୁର୍ଘଟଣା ଜନିତ ମୃତ୍ୟୁ ୩୨ହଜାର ୫୨୪ । ଏମିତି ଭାବେ ମୃତ୍ୟୁ ସଂଖ୍ୟା ଏହି ଦୁର୍ଘଟଣାରେ ବଢିବାରେ ଲାଗିଛି ।

ଏହାସହ ମଧ୍ୟ ପଢନ୍ତୁ – କମ ବୟସରେ ବି ସଫଳ ! ୮ବର୍ଷିୟ ଝିଅ କମାଉଛି ମାସକୁ ୭୬ ଲକ୍ଷ ଟଙ୍କା