ଭୟଙ୍କର ଷ୍ଟଣ୍ଟର ଓସ୍ତାଦ ! ଖଣ୍ଡାକୁ ଗିଳିବାରେ ରେକର୍ଡ

50

ଦୁନିଆରେ ବିଚିତ୍ର ଲୋକଙ୍କ ସଂଖ୍ୟା କିଛି କମ୍ ନୁହେଁ । ଏପରି ଜଣେ ବ୍ୟକ୍ତି ହେଲେ ଅଷ୍ଟ୍ରେଲିଆର ଷ୍ଟ୍ରିଟ୍ ଫରଫର୍ମର ଚାଇନେ ହଲ୍ଟଗ୍ରେନ୍ । ୧୬ ବର୍ଷ ବୟସରୁ ସେ ଖଣ୍ଡା ବା ତରବାରୀ ଗିଳିବାର ଷ୍ଟଣ୍ଟ କରିଆସୁଛନ୍ତି । ଅନେକ ଗୁଡିଏ ଖଣ୍ଡାକୁ ଏକାସାଙ୍ଗରେ ପାଣି ଭଳି ଢୋକି ଦିଅନ୍ତି । ଚାଇନେ କୁହନ୍ତି ଏହା ଦେଖିବାକୁ ଯେତିକି ଭୟଙ୍କର , କରିବା ବି ସେତିକି ଭୟଙ୍କର ହୋଇଥାଏ । ଖଣ୍ଡା ଗିଳିବା ଷ୍ଟଣ୍ଟ କରିବା ସମୟରେ ନିଜ ଶରୀର ଉପରେ ନିୟନ୍ତ୍ରଣ ରଖିବାକୁ ପଡିଥାଏ ।

ହଲ୍ଟଗ୍ରେନ୍ ଅନେକ ବର୍ଷ ହେଲା ଏହି କାରନାମା କରିଆସୁଛନ୍ତି । ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ବି ତାଙ୍କ ନାଁ ଲିପିବଦ୍ଧ ହୋଇଛି । ସେ ଏକାସାଙ୍ଗରେ ୧୮ଟି ଖଣ୍ଡା ତଣ୍ଟି ଭିତରେ ପୂରାଇ ରେକର୍ଡ କରିଛନ୍ତି । ସିଡନୀ ରାଜରାସ୍ତାରେ ତାଙ୍କର ଏହି କାରନାମା ଦେଖିବାକୁ ମିଳିଥାଏ ।

୨୦୦୮ ଓ ୨୦୧୦ରେ ସେ ଏହି ରେକର୍ଡ କରିଥିଲେ । ‘ ଦ ସ୍ପେଶ୍ କାଓବୟ’ ନାମରେ ପ୍ରସିଦ୍ଧ ହଲ୍ଟଗ୍ରେନ୍ ସିଡନୀ ରାଜରାସ୍ତାରେ ତାଙ୍କର ଏହି କାରନାମା ଦେଖାଇଛନ୍ତି । ଏଥିପାଇଁ ସେ ବହୁ ସମୟ ଧରି କଠିନ ଅଭ୍ୟାସ କରିଥାନ୍ତି ।