ନୃଶଂସ ବାପା ମା’ : ୧୫ ବର୍ଷ ଧରି ନିଜ ଝିଅକୁ ଦେଉଥିଲେ ଯୈାନ ନିର୍ଯ୍ୟାତନା

96

23ଗୋଟେ ଝିଅ ପାଇଁ ପୃଥିବୀରେ ସବୁଠୁ ସୁରକ୍ଷିତ ସ୍ଥାନ ହେଉଛି ନିଜ ଘର ଓ ଅତି ବିଶ୍ୱସ୍ତ ଲୋକ ହେଉଛନ୍ତି ନିଜ ବାପା ମା’ । ଅନାବିଳ ସ୍ନେହ ଓ ଆଦରରେ ଝିଅଟିଏ ପରିବାର ଭିତରେ ନିଜକୁ କରିଥାଏ ସ୍ୱଂୟ ସଂପୂର୍ଣ୍ଣ । କିନ୍ତୁ ବେଳେବେଳେ ଏମିତି ଘଟଣା ଘଟେ ଯାହା ଆଖି ଦେଖି ନଥିବ କି କାନ ଶୁଣି ନଥିବ ।

ଅଷ୍ଟ୍ରେଲିଆର ଏମିତି ଏକ ଘଟଣା ଘଟିିଛି । ଏହାକୁ ପ୍ରକାଶ କରିଛି ଟାଇମ୍ସ ଅଫ୍ ଇଣ୍ଡିଆ । ଯାହା ଜାଣି ଦୁନିଆର ସବୁ ସଂପର୍କ ଉପରୁ ଭରସା ଉଠିଯିବ । ଏକ ଅଷ୍ଟ୍ରେଲିଆନ ଦମ୍ପତି ନିଜ ରକ୍ତର ଝିଅକୁ ୧୫ ଧରି ଯୈାନ ନିର୍ଯ୍ୟାତନା ଦେବା କଥା ଏବେ ଖୁବ୍ ଚର୍ଚ୍ଚା ପାଲଟିଛି ।

24ଅନେକ ଦିନ ଧରି ବନ୍ଦି ଭାବେ ରଖି ନୃଶଂସ ବାପା ନିଜ ଜନ୍ମ କଲା ଝିଅକୁ ୫ ବର୍ଷ ବୟସରୁ ହିଁ ବଳାତ୍କାର କରୁଥିଲା । ନିଜର କାମନାର ନିଆଁରେ ଜାଳି ଦେଇଥିଲା ନିଜ ଝିଅର ସୁନ୍ଦର ସ୍ୱପ୍ନ ଓ ଭବିଷ୍ୟତ । ଆଉ ଏଥିରେ ବାପକୁ ସାହାଯ୍ୟ କରିବାକୁ ପଛେଇବି ନଥିଲା ମା’ । ଏପରି ଅମାନୁଷିକ କାମରେ ବାପାକୁ ସାହାଯ୍ୟ କରିଥିଲା ରାକ୍ଷସୀ ମା । ନିଜ କାମନାକୁ ଚରିତାର୍ଥ କରିବାକୁ ପଶୁ ପାଲଟିଯାଉଥିଲା ବାପା । ଝିଅକୁ ବଳାତ୍କାର କରିବା ସମୟରେ ଧାରୁଆ ଅସ୍ତ୍ର ମଧ୍ୟ ବ୍ୟବହାର କରୁଥିଲା । ସିଡନୀ ଜିଲ୍ଲା କୋର୍ଟରୁ ଏପରି ସୂଚନା ମିଳିଛିି ।

25ବାପା ଓ ମା ଦୁଇଜଣ ମିଶି ଝିଅକୁ କଂଟାଯୁକ୍ତ ତାରରେ ବାନ୍ଧିବା ସହ ନାଲି ଲଙ୍କା ଖାଇବା ପାଇଁ ମଧ୍ୟ ବାଧ୍ୟ କରୁଥିଲେ । କେବଳ ଏତିକି ନୁହେଁ ଝିଅର ମୁଣ୍ଡକୁ ବାପା ଜୋର କରି ପାଣି ଭିତରେ ବୁଡାଇ ଦେଉଥିଲେ । ୫୯ ବର୍ଷିୟ ପିତାକୁ ଜଜ୍ ନୃଶଂସ କହିବା ସହ ୪୮ ବର୍ଷ ଜେଲ ଦଣ୍ଡ ବିଧାନ କରିଛନ୍ତି । ଏହାସହ ଏପରି ନିର୍ଯ୍ୟାତନା ପାଇଁ ମା’କୁ ୧୬ ବର୍ଷ ପାଇଁ ଦଣ୍ଡାଦେଶ ହୋଇଛି ।

ଏହାସହ ଦେଖନ୍ତୁ –ବାପ ନା ରାକ୍ଷସ : ଚାରି ବର୍ଷ ଧରି ନିଜ ଝିଅକୁ କରୁଥିଲା ବଳାତ୍କାର