ସେନା ବ୍ୟବହାର କରିବ କାନ୍ଥଭେଦୀ ରାଡ଼ାର ! ଆଉ ଲୁଚି ପାରିବେନି ଆତଙ୍କବାଦୀ

51

ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀ ବିରୋଧୀ ଅଭିଯାନ ସମୟରେ ଏବେ ସେନା ‘ଥ୍ରୁ ଦି ୱାଲ୍ ’( କାନ୍ଥଭେଦୀ) ରାଡ଼ାର ବ୍ୟବହାର କରିବାକୁ ଯାଉଛିି । କାନ୍ଥ ଭିତରେ ଫାଙ୍କ କରି ଅଥବା ଛାତ ତଳେ ଆଉ ଏକ ପରସ୍ତ ସିଲିଂ ତିଆରି କରି ତା ଭିତରେ ଲୁଚୁଥିବା ଆତଙ୍କୀଙ୍କୁ ଚିହ୍ନଟ କରିବା ପାଇଁ ଏହା ଉପଯୋଗୀ ପ୍ରମାଣିତ ହେବ ।

ପ୍ରତିରକ୍ଷା ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ , ଜମ୍ମୁ-କାଶ୍ମୀରରେ ଅନେକ ସମୟରେ କୈାଣସି ଏକ ଘରେ ଆତଙ୍କବାଦୀ ଲୁଚିଥିବାର ନିର୍ଦ୍ଦିଷ୍ଟ ଗୁଇନ୍ଦା ସୂଚନା ପାଇଲା ପରେ ବି ପୁଲିସ୍ ଏବଂ ସେନାକୁ ସେଠାରୁ ଖାଲି ହାତରେ ଫେରିବାକୁ ପଡୁଛିି । ସୁରକ୍ଷାକର୍ମୀଙ୍କୁ ଗୁଇନ୍ଦା ତଥ୍ୟ ଯୋଗାଉଥିବା କିଛି ସ୍ଥାନୀୟ ଲୋକ ଜଣାଇଛନ୍ତି ଯେ ଆତଙ୍କବାଦୀମାନେ ଘରର କାନ୍ଥ ଭିତରେ ଫାଙ୍କା ଅଥବା ଗର୍ତ୍ତ କରି ତା’ଭିତରେ ଲୁଚି ଯାଉଛନ୍ତି । ସେହିପରି ଘରର ଛାତ ତଳେ ଆଉ ଏକ ସିଲିଂ ତିଆରି କରି ତା’ ଭିତରେ ଲୁଚିଛନ୍ତି । ଏହାଯୋଗୁଁ ସେଇ ଘରେ ଖାନତଲାସୀ କଲେ ବି ଆତଙ୍କବାଦୀଙ୍କ ପତ୍ତା ମିଳୁନି ।

ଏହି ସମସ୍ୟା ଦୂର କରିବା ପାଇଁ ସେନା ଏବେ କେତେଗୁଡିଏ କାନ୍ଥଭେଦୀ ରାଡ଼ାର ବିଦେଶରୁ କ୍ରୟ କରିଛି । ତେଣୁ ଏବେ ଘର ଭିତରେ ଏଭଳି ଟେକନିକ୍ ଉପଯୋଗ କରି ଲୁଚିବା ଆତଙ୍କବାଦୀଙ୍କ ପାଇଁ ଅସମ୍ଭବ ହେବ ।

(ସୈାଜନ୍ୟ : ଟାଇମ୍ସ ଅଫ୍ ଇଣ୍ଡିଆ )