ବୀମା କଂପାନୀର ଏକ ନୂଆ ପଲିସି ! ମହିଳାଙ୍କ ସହ ଅସଦାଚରଣ କରୁଥିବା ପୁରୁଷଙ୍କର କରାଯାଏ ବୀମା

38

ଜାପାନ : ଜାପାନରେ ଟ୍ରେନ୍ ଯାତ୍ରା ମହିଳାଙ୍କ ପାଇଁ ଖୁବ୍ ବିପଜ୍ଜନକ ହୋଇଥାଏ । କାରଣ ଅନେକ ସମୟରେ ସେମାନଙ୍କୁ ଟ୍ରେନରେ ଅସଦାଚରଣ ଶିକାର ହେବାକୁ ପଡିଥାଏ । କିନ୍ତୁ ଏପରି ବି ବହୁଥର ଘଟେ । ବହୁ ପୁରୁଷଙ୍କୁ ମିଥ୍ୟାରୋପର ଶିକାର ହେବାକୁ ପଡିଥାଏ । ଜାପାନରେ ମହିଳାଙ୍କ ସହିତ ଅସଦାଚରଣ ପାଇଁ କଡା ଦଣ୍ଡ ବ୍ୟବସ୍ଥା ରହିଛି । ତେଣୁ ବହୁ ପୁରୁଷ ଧରାପଡିବା ପୂର୍ବରୁ ଟ୍ରେନରୁ ଓହ୍ଲାଇ ଫେରାର୍ ହୋଇଯିବାକୁ ଚେଷ୍ଟା କରନ୍ତି ।

ଜୀବନ ରକ୍ଷା କରିବା ପାଇଁ ରେଳଧାରଣାରେ ଦୈାଡିବା ସମୟରେ ଦୁର୍ଘଟଣାର ଶିକାର ହେବାର ଆଶଙ୍କା ରହିଥାଏ । ତେଣୁ ଏପରି ପୁରୁଷଙ୍କୁ ସୁରକ୍ଷା ପାଇଁ ଏଠାରେ ଏକ ବୀମା କଂପାନୀ ଏକ ନୂଆ ପଲିସି ଆଣିଛି । ଟୋକିଓସ୍ଥିତ ଏହି କଂପାନୀ ଏପରି ପୁରୁଷଙ୍କ ପାଇଁ ୬୪୦୦ୟେନର ଏକ ପଲିସି ଆଣିଛି । ବୀମା ଆସିବା ପରେ ବହୁ ସଂଖ୍ୟକ ଲୋକ କଂପାନୀର ହେଲ୍ପ ଲାଇନ୍ ନମ୍ବରରେ ଫୋନ୍ କରିଛନ୍ତି ।