ଚା’ ରୋକିବ ବାର୍ଦ୍ଧକ୍ୟ ! ଲୁଚିଯିବ ବୟସ୍କର ଛାପ, ଲୋକେ ହେବେ ଚିରଯୌବନ

24

କନକ ବ୍ୟୁରୋ : ଆଜିକାଲି ଲୋକେ ଚିରଯୌବନ ହେବାକୁ ଅନେକ ତରିକା ଆପଣାଉଛନ୍ତି । କିଏ କୃତ୍ରିମ ଉପାୟରେ ସର୍ଜରୀ କରୁଛି ତ ,କିଏ ପ୍ରାକୃତିକ ଜଟିବୁଟିର ବ୍ୟବହାର କରୁଛି । ଏହି ସ୍ୱାସ୍ଥ୍ୟ ଓ ସୈାନ୍ଦର୍ଯ୍ୟକୁ ଆୟତ୍ତରେ ରଖିବା ପାଇଁ ଆୟୁର୍ବେଦରେ ଅନେକ ଔଷଧି ବିଷୟରେ କୁହାଯାଇଛି । ଲୋକଙ୍କୁ ଏହା କମ୍ ଜଣା ।ଏବେ ଏହି ଜ୍ଞାନକୁ ଆଧାର କରି ହର୍ବାଲ ବୃକ୍ଷର ସାହାଯ୍ୟରେ ଏକ ଚା’ ତିଆରି ହେଉଛି । ଯାହାକୁ ସେବନ କଲେ ବାର୍ଦ୍ଧକ୍ୟ ହଟିଯିବ ।

ସେଣ୍ଟ୍ରାଲ ଇଂନଷ୍ଟିଚ୍ୟୁଟ୍ ଅଫ୍ ମେଡିସିନଲ ଏଣ୍ଡ ଏରୋମେଟିକ୍ ପ୍ଲାଂଟର ଚେୟାରମ୍ୟାନ୍ ଡା.ରାକେଶ ପାଣ୍ଡେ ଏମିତି ଏକ ଔଷଧୀୟ ବୃକ୍ଷକୁ ନେଇ ରିସର୍ଚ୍ଚ କରୁଛନ୍ତି । ଯାହା ଶରୀର ବାର୍ଦ୍ଧକ୍ୟକୁ ଲୁଚାଇଦେବ । ଏହି ଆୟୁର୍ବେଦିକ ଚା’ ଶରୀରକୁ ନିରୋଗ ରଖିବା ସହ ଚିର ଚିରଯୌବନ ରଖିବାରେ ସହାୟକ ହେବ । ଏହା ଶରୀରର ତ୍ୱଚାରେ ଏମିତି ପରିବର୍ତନ ଆଣିବ ଯେ ବୟସ୍କର ଛାପ ଲୁଚିଯିବ । ବୈଜ୍ଞାନିକଙ୍କ ଏହି ସଫଳତା ଲୋକଙ୍କୁ ଆଣିଦେବ ନୂଆ ଜୀବନ । ପୂର୍ଣ୍ଣଯୌବନ ପ୍ରାପ୍ତ ହୋଇ ଖୁବ୍ ଉପଭୋଗ କରିବେ ଜୀବନକୁ ।

ଏହାସହ ମଧ୍ୟ ପଢନ୍ତୁ – କାଦୁଅ ସୁଅରେ ମହିଳା ! ମୃତ୍ୟୁ ମୁଖରୁ ବଂଚିଲା ଜୀବନ