ଅଫିସରେ ନିଜ ସ୍ତ୍ରୀଙ୍କୁ ଚୁମ୍ବନ ଦେବା ପଡିଲା ମହଙ୍ଗା : ଚାକିରିରୁ ଯୁବକ ହେଲେ ନିଲମ୍ବିତ

55

b9agrv5ieaayk3sସ୍ୱାମୀ-ସ୍ତ୍ରୀର ସଂପର୍କ ଏକ ପବିତ୍ର ଓ ବିଶ୍ୱାସ ଯୋଗ୍ୟ ବ୍ୟକ୍ତିଗତ ସଂପର୍କ । ସେମାନଙ୍କ ମଧ୍ୟରେ ପ୍ରେମାଳାପ କରିବା ସ୍ୱାଭାବିକ୍ । ହେଲେ ଅନ୍ୟମାନଙ୍କ ସାମ୍ନାରେ ଯଦି ଏମିତି ପ୍ରେମାଳାପ କରାଯାଏ , ପରିସ୍ଥିତି କଣ ହେବ ଆପଣ ଭାବୁଛନ୍ତି । ହଁ , ଏମିତି ଏକ ଘଟଣା ଘଟିଛି ବ୍ରିଟେନର ଏକ କଲ୍ ସେଂଟରରେ । ଆପ୍ କି ଖବରରେ ପ୍ରକାଶିତ ଏହି ଖବର ଏବେ ଚର୍ଚ୍ଚାରେ ।

୩୭ ବର୍ଷୀୟ ଭାରତୀୟ ମୂଳ ଜଣେ କଲ ସେଂଟର କର୍ମୀକୁ ମହଙ୍ଗା ପଡିଛି ତାଙ୍କର ଅନୁଚିତ ବ୍ୟବହାର । ସେହି କଲ ସେଂଟରରେ ଏକାଠି କାମ କରୁଥିବା ନିଜ ସ୍ତ୍ରୀକୁ ଡ୍ୟୁଟି ସମୟରେ ଚୁମ୍ବନ ଦେବା ଯୋଗୁଁ ଚାକରି ହରେଇବାକୁ ପଡିଛି ଏହି ଯୁବକଙ୍କୁ ।

ସୂଚନା ଅନୁସାରେ ,ମାର୍ଟିନ ସିଂହ ନାମକ ଏହି କର୍ମୀ ଜଣକ ନିଜ ସ୍ତୀ ରୁବିଙ୍କୁ ଏକ ବନ୍ଧୁତ୍ୱ ନଜରରେ ଗାଲରେ ଚୁମ୍ବନ ଦେଇଥିଲେ । କଂପାନୀ ତାଙ୍କର ଏପରି ଅନୁଚିତ ବ୍ୟବହାର ପାଇଁ ସର୍ତକ କରିଥିଲେ । ପରେ ଚାକିରିରୁ ବାହାର କରିଦେଇଥିଲେ । ମାର୍ଟିନ ସିଂହଙ୍କ କହିବାନୁସାରେ ସେ ବସିଥିଲେ । ତାଙ୍କ ସ୍ତ୍ରୀଙ୍କୁ ତାଙ୍କ ପାଖକୁ ଯିବାକୁ କୁହାଯାଇଥିଲା । ସେ ବାଧ୍ୟ ହୋଇ ଏମିତି କରିଥିଲେ ।