ନୂଆ ଅବତାରରେ ସଚିନ୍ ! ଭାରତ-ପାକ୍ ମ୍ୟାଚରେ ଦେବେ କ୍ରିକେଟ୍ ଧାରାବିବରଣୀ

38

ପ୍ରସିଦ୍ଧ କ୍ରିିକେଟର ସଚିନ୍ ତେନ୍ଦୁଲକର ସବୁବେଳେ ନିଜର ପ୍ରଶଂସକଙ୍କ ସହ ମିଶିବା ପାଇଁ କୈାଣସି ନା କୈାଣସି ପ୍ଲାଟଫର୍ମ ଖୋଜିଥାନ୍ତି । ନିକଟରେ ସଚିନଙ୍କ ବାୟୋଗ୍ରାଫିକୁ ନେଇ ତିଆରି ଫିଲ୍ମ ଖୁବ୍ ଧମାକା କରିଛି । ଏହାସହ ସଚିନ ପୁଣି କ୍ରିକେଟରେ କମାଲ୍ ଦେଖାଇବାକୁ ଯାଉଛନ୍ତି । ଆପଣ ଭାବୁଥିବେ ପୁଣି ଥରେ ସେ କଣ ପଡିଆକୁ ଓହ୍ଲାଇବେ କି ! ନା , ତା ନୁହେଁ । ସେ କମେଣ୍ଟ୍ରି ବକ୍ସରେ ବସି ଦେବେ କ୍ରିକେଟ ଖେଳର ଧାରାବିବରଣୀ ।

ସୂଚନା ଅନୁସାରେ , ଚମ୍ପିୟନ ଟ୍ରଫି ପାଇଁ ବର୍ମିଗମ୍ ରେ ଭାରତ-ପାକ୍ ମଧ୍ୟରେ ଖେଳା ହେବାକୁ ଥିବା ମ୍ୟାଚରେ, ଏହି ଲିଟିଲ୍ ମାଷ୍ଟର ଏକ ନୂଆ ଅବତାରରେ ଦେଖାଦେବେ । ସଚିନ୍ ଏହି ମ୍ୟାଚରେ ଧାରାବିବରଣୀ ଦେବାର ଆଶା କରାଯାଉଛି । ଏହା କ୍ରିକେଟର ଧାରାବିବରଣୀ ଦେବାରେ ସଚିନଙ୍କ ପ୍ରଥମ ପଦାର୍ପଣ ହେବ । ରବିବାର ଖେଳାଯିବାକୁ ଥିବା ମ୍ୟାଚରେ ସଚିନ୍ ଷ୍ଟାର୍ ସ୍ପୋର୍ଟ୍ସ ପ୍ୟାନଲର ସଦସ୍ୟ ହେବେ । ଆଉ ଷ୍ଟାର ସ୍ପୋର୍ଟ୍ସର ହିନ୍ଦିରେ ଧାରାବିବରଣୀ ଦେବେ । ଯଦି ଏହା ହୁଏ ତ କ୍ରିିକେଟ ପ୍ରେମୀଙ୍କ ପାଇଁ ଅପୂର୍ବ ମୁହୂର୍ତ୍ତ ହେବ ।