ମୋଦିଙ୍କ ‘ଦରୱାଜା ବନ୍ଦ’ ଅଭିଯାନ ! ଅମିତାଭ ଓ ଅନୁଷ୍କା ହେଲେ ସାମିଲ୍

57

ଭାରତକୁ ‘ଖୋଲାରେ ମଳତ୍ୟାଗ ମୁକ୍ତ’ କରିବା ପାଇଁ ନରେନ୍ଦ୍ର ମୋଦିଙ୍କ ସରକାର ଆଣିଥିବା ‘ଦରୱାଜା ବନ୍ଦ’ ଅଭିଯାନକୁ ମଙ୍ଗଳବାର ବଲିଉଡ୍ ସୁପରଷ୍ଟାର ଅମିତାଭ ବଚ୍ଚନ ଓ ଅଭିନେତ୍ରୀ ଅନୁଷ୍କା ଶର୍ମା ଉଦଘାଟନ କରିଛନ୍ତି । ଦେଶର ସବୁ ଗ୍ରାମାଂଚଳରେ ଶୈାଚାଳୟ ବ୍ୟବହାର କରିବାକୁ ଆହ୍ୱାନ ଦେବା ପାଇଁ ଏହି ଅଭିଯାନ ଆରମ୍ଭ କରାଯାଇଛି । ଉଦଘାଟନୀ ଉତ୍ସବରେ ଅମିତାଭଙ୍କ ସହ କେନ୍ଦ୍ର ପାନୀୟ ଜଳ ଓ ପରିମଳ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଉପସ୍ଥିତ ଥିଲେ ।

ଅମିତାଭ ସ୍ୱସ୍ଥ ଭାରତ ଅଭିଯାନର ବି ଆମ୍ବାସାଡର ଅଛନ୍ତି । ସ୍ୱଚ୍ଛତାକୁ ଗୁରୁତ୍ୱ ଦେବା ପାଇଁ ସେ ଲୋକଙ୍କୁ ନିବେଦନ କରିଛନ୍ତି । ଏହି ଅଭିଯାନରେ ଅନୁଷ୍କା ଶର୍ମା ବି ସାମିଲ୍ ହୋଇଛନ୍ତି । ସେ ମହିଳାମାନଙ୍କୁ ଏଥିରେ ମୁଖ୍ୟ ଭୂମିକା ଗ୍ରହଣ କରିବାକୁ କହିଛନ୍ତି । ମହିଳାମାନେ ନିଜ ନିଜ ଗାଁରେ ଶୈାଚାଳୟ ନିର୍ମାଣରେ ଅଗ୍ରଣୀ ଭୂମିକା ଗ୍ରହଣ କରନ୍ତୁ ବୋଲି ଅନୁଷ୍କା କହିଛନ୍ତି । ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପୁରୁଷଙ୍କ ମାନସିକତାରେ ପରିବର୍ତ୍ତନ ଆଣିବା । କାରଣ ଘରେ ଶୈାଚାଳୟ ଥିବା ସତ୍ତ୍ୱେ ପୁରୁଷମାନେ ବାହାରକୁ ଯାଇଥାନ୍ତି ।