ନୋଟ ଅଚଳ ବିଷୟରେ ପୂର୍ବରୁ ଜାଣିଥିଲେ ଅମ୍ବାନୀ ଓ ଅଦାନୀ : ବିଜେପି ବିଧାୟକଙ୍କ ବୟାନ ସୋସିଆଲରେ ଭାଇରାଲ

20

ambani-adani-demonetisationନୋଟ ଅଚଳକୁ ନେଇ ସାରା ଦେଶରେ ନାନା ଘଟଣା ଘଟୁଥିବା ବେଳେ ଏବେ ରାଜସ୍ଥାନ କୋଟାର ବିଜେପି ବିଧାୟକ ଭବାନୀ ସିଂହ ରାଜାବତଙ୍କ ବିସ୍ଫୋରକ ବୟାନର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ସାଜିଛି । କେନ୍ଦ୍ର ସରକାରଙ୍କ ନୋଟ ଅଚଳ ନିଷ୍ପତି ସଂପର୍କରେ ଅମ୍ବାନୀ ଓ ଅଦାନୀ ଭଳି ଶିଳ୍ପପତିଙ୍କୁ ପୂର୍ବରୁ ଜଣାଥିଲା । ଫଳରେ ସେମାନେ ଆଗୁଆ ସେମାନଙ୍କ ପଇସା ବଦଳାଇବାର ବ୍ୟବସ୍ଥା କରିଥିଲେ । ଏପରି ଏକ ବୟାନ ଦେଇଛନ୍ତି ଖୋଦ୍ ରାଜସ୍ଥାନ ଏହି ବିଧାୟକ ଭବାନୀ ସିଂହ ।

୫ଶହ ଓ ହଜାରେ ଟଙ୍କିଆ ନୋଟ୍ ଅଚଳକୁ ନେଇ କେନ୍ଦ୍ର ସରକାରଙ୍କୁ ବିରୋଧୀ ଦଳ ଟାର୍ଗେଟ କରୁଥିବା ବେଳେ ଜଣେ ଦଳୀୟ ବିଧାୟକଙ୍କ ଏପରି ବୟାନ ବିଜେପି ପାଇଁ ନୂଆ ଅଡୁଆ ସୃଷ୍ଟି କରିଛି । ଆଉ ବିଧାସୟକଙ୍କ ଏହି ବାର୍ତାଳାପ ଭିଡିଓ ଏବେ ଚାରିଆଡେ ଚର୍ଚ୍ଚା ପାଲଟିଛି ।
ଦେଖନ୍ତୁ ଏହି ଭିଡିଓ –