ଏମିତି ବି ହୁଏ : ମୃତ୍ୟୁର ୮ଘଣ୍ଟା ପରେ କଫିନରୁ ଉଠିବସିଲେ ବ୍ୟକ୍ତି !

23

ମରିଥିବା ବ୍ୟକ୍ତି ହଠାତ୍ କଫିନରୁ ଜୀବନ୍ତ ଉଠି ବସିବା ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗିବ । ହେଲେ ଏକଥା ସତ । ଚୀନରେ ସିଚୁଆନ ଅଂଚଳରେ ଘଟିଛି ଏଭଳି ଏକ ଘଟଣା । ଜଣେ ୭୫ ବର୍ଷୀୟ ବ୍ୟକ୍ତି ମୃତ୍ୟୁର ପାଖାପାଖି ୮ଘଣ୍ଟା ପରେ ଜୀବନ୍ତ ଉଠିବସିବା ଚର୍ଚ୍ଚାର ବିଷୟ ପାଲଟିଛି । ଏହା ସେଠାରେ ଉପସ୍ଥିତ ଲୋକଙ୍କ ପାଇଁ ଭୟର କଥା ହୋଇଥିବା ବେଳେ ପରିବାର ଲୋକଙ୍କ ପାଇଁ ଏକ ଅଜଣା ଖୁସି ଆଣିଦେଇଛି ।

ହୁଆଙ୍ଗ ମିଙ୍ଗକ୍ୱାନ ନାମକ ଏହି ବ୍ୟକ୍ତିଙ୍କର ନିଶ୍ୱାସ ବନ୍ଦ ହୋଇଯାଇଥିଲା । ହାତ ଓ ଗୋଡ ଥଣ୍ଡା ପଡିଯାଇଥିଲା ପରିବାର ଲୋକେ ଭାବିନେଲେ ସେ ମରିଗଲେ ବୋଲି । ମୃତ୍ୟୁ ଖବର ଶୁଣି ବନ୍ଧୁ ପରିଜନ ବି ଏକାଠି ହୋଇଯାଇଥିଲେ । ଅନ୍ତିମ ସଂସ୍କାରର କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଥିଲା । ହୁଆଙ୍ଗଙ୍କୁ କଫିନ ଭିତରେ ରଖାଯାଇଥିଲା । ହେଲେ ଏହାର ୮ଘଣ୍ଟା ପରେ ଯାହା ଘଟିଲା କେହି ବିଶ୍ୱାସ କରିପାରିଲେନି । ହୁଆଙ୍ଗ ଜୀବନ୍ତ ଭାବେ କଫିନ ଖୋଲି ବାହାରିଲେ । ଏବଂ ଏତେ ଲୋକଙ୍କ ଭିଡ ଦେଖି ପାଖରେ ଥିବା ନିଜ ପିଲାଙ୍କୁ ପଚାରିଲେ ଏଠି କଣ ଚାଲିଛି । ତାପରେ ତାକୁ ଘରକୁ ନେଇ ଯାଇଥିଲେ ପରିବାର ଲୋକେ । ଏବେ ସୁସ୍ଥ ଅଛନ୍ତି ହୁଆଙ୍ଗ ।