ଲିମିକା ବୁକ ଅଫ୍ ରେକର୍ଡସ୍ ରେ ଯୁବତୀଙ୍କ ନାଁ ! ୧୬ ଘଣ୍ଟାରେ ୪୫୧ଟି ହାତରେ ଲଗେଇଲେ ମେହେନ୍ଦି

37

ଅହମ୍ମଦାବାଦର ସୁଫିୟା ରେଶମୱାଲା ଏବେ ଖୁବ୍ ଚର୍ଚ୍ଚାରେ । କେବଳ ୧୬ ଘଣ୍ଟାରେ ୪୫୧ଟି ହାତକୁ ମେହେନ୍ଦିରେ ସଜେଇ କରିଛନ୍ତି ରେକର୍ଡ । ଆଉ ଲିମିକା ବୁକରେ ନିଜ ନାଁ କୁ ସ୍ଥାନୀତ କରିଛନ୍ତି । ସୁଫିୟା ୧ରୁ୨ମିନିଟ୍ ଭିତରେ ଗୋଟିଏ ହାତକୁ ମେହେନ୍ଦିରେ ସଜେଇ ଥାନ୍ତି । କିନ୍ତୁ ସେ ଆଗାମୀ ଦିନରେ ଏହାଠାରୁ ଆହରୁ ବଡ ରେକର୍ଡ କରିବେ ବୋଲି ଆଶା ରଖିଛନ୍ତି ।

ସୁଫିୟା ପ୍ରଥମେ ୨୪ ଘଣ୍ଟାରେ ୪୨୧ଟି ହାତରେ ମେହେନ୍ଦି ଲଗାଇବାର ଲକ୍ଷ୍ୟ ରଖିଥିଲେ । କିନ୍ତୁ ୧୬ ଘଣ୍ଟାରେ ନିଜର ଏହି ବଡ ରେକର୍ଡ ରଖିଛନ୍ତି । ଆଉ ଏହି ସଫଳତାକୁ ନେଇ ଖୁବ୍ ଖୁସି ସୁଫିୟା । ଦୃଢ ନିଷ୍ଠା ଓ ଅଧ୍ୟବସାୟରେ ସବୁ ସମ୍ଭବ ବୋଲି କହିଛନ୍ତି ଏହି ଲିମିକା ରେକର୍ଡଧାରୀ ଯୁବତୀ ।