ଦୁର୍ଘଟଣାରେ ମୃତ ଯୁବତୀର ଶରୀରରୁ ବାହାରିଲା ଆତ୍ମା : ସିସିଟିଭି ଭିଡିଓ ହେଲା ଭାଇରାଲ

326

2ଭୂତ ଓ ଆତ୍ମା ବିଷୟରେ ଅନେକ ଗପ ଓ କାହାଣୀ ଆପଣ ଶୁଣିଥିବେ । ହେଲେ ଏବେ ଏକ ଭିଡିଓ ଭାଇରାଲ ହୋଇଛି , ଯାହାକୁ ଦେଖିଲେ ଆପଣ ବିଶ୍ୱାସ ନକରି ରହିପାରିବେନି । ଜଣେ ଯୁବତୀର ଆତ୍ମା ତାର ମୃତ୍ୟୁର ପରେ ପରେ ତାହାର ଦେହରୁ ବାହାରି ଆସୁଛି । ଏହି ସିସିଟିଭି ଭିଡିଓ ଫୁଟେଜ ଏବେ ୟୁଟ୍ୟୁବରେ ଖୁବ୍ ଭାଇରାଲ ସାଜିଛି ।

3ଥାଇଲାଣ୍ଡର ଏହି ଭିଡିଓ , ଯେଉଁଥିରେ ଚାରି ଛକ ଥିବା ରାସ୍ତାରେ କାରଟିଏ ଟର୍ଣ୍ଣ ନେଉଛି । ଏହାକୁ ଅତିକ୍ରମ କରି ଏକ ମୋଟରବାଇକ୍ ଆସୁଛି । ଯାହା ଦ୍ରୁତ ଗତିରେ ଆସୁଥିବା ଯୋଗୁଁ ଅତିକ୍ରମ କରୁଥିବା କାର୍ ସହ ଧକ୍କା ହୁଏ । ଅଚାନକ ସେହି ଦୁର୍ଘଟଣାରେ ବାଇକରେ ବସିଥିବା ଜଣେ ଯୁବତୀର ସେହିଠାରେ ମୃତ୍ୟୁ ହୁଏ । ଯୁବତୀର ମୃତ ଶରୀର ରାସ୍ତାର ଗୋଟେ ପାଶ୍ୱର୍ରେ ପଡିଥିବାର ଭିଡିଓରୁ ଦେଖିବାକୁ ମିଳେ ।

ଅଚାନକ ସେହି ମୃତ ଶରୀରରୁ ଏକ ଛାୟା ବାହାରୁ ଥିବାର ନଜର ଆସୁଛି । ନିକଟରେ ଥିବା ଏକ ସିସିଟିଭରେ କଏଦ ହୋଇଛି ଏହି ଦୃଶ୍ୟ । ଏହାକୁ ଦେଖି ଏହା ସେହି ମୃତ ଯୁବତୀର ଆତ୍ମା ବୋଲି ଚାରିଆଡେ ଏବେ ଚର୍ଚ୍ଚା ଚାଲିଛି ।
ଏବେ ଦେଖନ୍ତୁ ସେହି ସିସିଟିଭି ଭିଡିଓର କ୍ଲିପ୍ –

ଏହା ସହ ଦେଖନ୍ତୁ – ଚର୍ଚ୍ଚାରେ ୧୮ବର୍ଷର ଯୁବକ : ଶରୀରରେ ୧୮ ସେ.ମିର ଲାଂଜ