ଆତଙ୍କିତ କଳାଟଙ୍କା ମହଜୁଦକାରୀ : ପୋଡିଲେ ବସ୍ତା ବସ୍ତା ଟଙ୍କାର ନୋଟ

60

2ଉତ୍ତର ପ୍ରଦେଶ : ୫ ଶହ ଓ ହଜାର ଟଙ୍କିଆ ନୋଟ ଅଚଳ ହେବାର ଦିନକ ପରେ ବସ୍ତା ବସ୍ତା ଟଙ୍କା ପୋଡିବାର ଦେଖିବାକୁ ମିଳିଛି । କଳାଟଙ୍କା ମହଜୁଦାରୀମାନେ ଆତଙ୍କିତ ହୋଇପଡିଛନ୍ତି । ବର୍ଷବର୍ଷ ଧରି ଲୁଚାଇ ରଖିଥିବା ୫ଶହ ଓ ହଜାରେ ଟଙ୍କିଆ ନୋଟଗୁଡିକପାଇଁ ସମସ୍ତେ ଏବେ ଅଡୁଆରେ । ଘରେ ରଖିଲେ ତାହା ରଦ୍ଦି କାଗଜରେ ପରିଣତ ହେବ । ବ୍ୟାଙ୍କରେ ଡିପୋଜିଟ୍ କଲେ ,ଟ୍ୟାକ୍ସ ଦେବା ସହ ଆୟର ଉତ୍ସ ସଂପର୍କରେ ବିବରଣୀ ଦେବାକୁ ବାଧ୍ୟତାମୂଳକ । ତେଣୁ ଏବେ ହରଡ ଘଚ୍ଚାରେ ବେପାରୀ ଓ କଳାଧନକାରୀ । ଉପାୟହୀନ ହୋଇ କୋଟି କୋଟି ଟଙ୍କ । ପୋଡି ଦେବାରେ ଲାଗିଛନ୍ତି ।

3ଉତ୍ତର ପ୍ରଦେଶର ବରେଲିଠାରେ ଏମିତି ଦୃଶ୍ୟ ଚର୍ଚ୍ଚା ସାଜିଛି । ସହରର ପାର୍ସ ଖେଡା ରୋଡରେ କେତେକ ବ୍ୟକ୍ତି ଗାଡିରେ ବସ୍ତା ବସ୍ତା ନୋଟ୍ ଆଣି ନିଆଁ ଲଗାଇ ଦେଇଥିଲେ । ସବୁ ନୋଟ୍ ୫ ଶହ ଓ ହଜାରେ ଟଙ୍କିଆ ଥିଲା ନୋଟଗୁଡିକୁ ପ୍ରଥମେ ମେସିନରେ କାଟି ଖଣ୍ଡ ଖଣ୍ଡ କରାଯାଇଛି ଏବଂ ତାପରେ ପେଟ୍ରୋଲ ଢାଳି ପୋଡି ଦିଆଯାଇଛି । ସେଇବାଟେ ଯାଉଥିବା ଜଣେ ବ୍ୟକ୍ତି ଏହା ଦେଖି ପୁଲିସକୁ ଖବର ଦେଇଥିଲେ । ସ୍ଥାନୀୟ ଥାନା ଏହାକୁ ପ୍ରଥମେ ଗୁଜବ କହି ଅଣଦେଖା କରିଥିଲେ । ତେବେ ଏସପି ଯୋଗିନ୍ଦର ସିଂହଙ୍କୁ ଫୋନରେ ଜଣେ ଅଜଣା ବ୍ୟକ୍ତ ଠାରି ସୂଚନା ମିଳିବା ପରେ ସେ ଘଟଣା ସ୍ଥଳରେ ହାଜର ହୋଇଯାଇଥିଲେ ।

4ସେଠାରେ ଜଳିଥିବା ଟଙ୍କା ଅସଲି କି ନକଲି ତାହା ସ୍ପଷ୍ଟ ହୋଇନାହିଁ । ଶୁଣାଯାଉଛି ଜଣେ ଶିଳ୍ପପତିଙ୍କ ଘରୁ ଏସବୁ ଟଙ୍କା ଆଣି ପୋଡାଯାଇଛି । ତେଣୁ ପୁଲିସ ଟିମ୍ ଏବେ ଆଖପାଖରେ ଥିବା ସମସ୍ତ କାରଖାନା ଓ ଶିଳ୍ପପତିଙ୍କ ଘର ସମ୍ମୁଖରେ ଲାଗିଥିବା ସିସିଟିଭିର ଫୁଟେଜ୍ ଯାଂଚ ଆରମ୍ଭ କରିଛି । ଜଳୁଥିବା କେତେକ ନୋଟର ଖଣ୍ଡ ଅଂଶକୁ ପୁଲିସ ଉଦ୍ଧାର କରି ଘଟଣାର ତଦନ୍ତ ଚଳାଇଛି ।

ଏହାସହ ଦେଖନ୍ତୁ ଏହି ଭିଡିଓ –-

 

ଏହାସହ ମଧ୍ୟ ଦେଖନ୍ତୁ-୫ ଶହ ଓ ୧ ହଜାର ଟଙ୍କିଆ ନୋଟ୍ ଅଚଳ : ଏବେ ଆପଣ କ’ଣ କରିବେ ?