୮ବର୍ଷ ପରେ ପୀଡିତା ପିନ୍ଧିଲେ ସିନ୍ଦୁର : ଦୁଷ୍କର୍ମକାରୀ ଜେଲରେ କଲେ ବିବାହ

63

marriage_1470245051ଦୁଷ୍କର୍ମର ଶିକାର ହୋଇଥିବା ପୀଡିତାକୁ ଶେଷରେ ବିବାହ କଲେ ସେହି ଦୁଷ୍କର୍ମକାରୀ । ୮ବର୍ଷର ଅନେକ ଛକାପଂଝା ପରେ ଦୁଷ୍କର୍ମକାରୀ ବାଧ୍ୟ ହେଲେ ବିବାହ ପାଇଁ । ଏମିତି ଏକ ଘଟଣା ଘଟିଛି ପୁରୁଲିଆ ଜେଲରେ । ଟାଇମ୍ସ ଅଫ୍ ଇଣ୍ଡିଆରେ ପ୍ରକାଶିତ ତଥ୍ୟ ଅନୁସାରେ, ୩୦ବର୍ଷିୟ ମନୋଜ ବାଉରୀ ନାମକ ଜଣେ ବ୍ୟକ୍ତି ଜୋରଜବରଦସ୍ତ ଦୁଷ୍କର୍ମ କରିଥିଲେ ଜଣେ ମହିଳାଙ୍କୁ । ଆଉ ମହିଳା ଜଣକ ଯେତେବେଳେ ଜାଣିଲେ ସେ ଗର୍ଭବତୀ, ତାଙ୍କୁ ବିବାହ କରିବାକୁ କହିଥିଲେ । ହେଲେ ମନୋଜ ଏହାକୁ ଏଡେଇ ଦେଇଥିଲେ ।

ଗତ ୮ ବର୍ଷ ଧରି ପୀଡିତା ସେହି ମନୋଜ ବାଉରୀ ନାମକ ଦୁଷ୍କର୍ମକାରୀକୁ  ବିବାହ କରିବାକୁ ଅଡି ବସିଥିଲେ । ଟ୍ରାୟଲ କୋର୍ଟର ଆଦେଶ ପରେ ଗତ ବୁଧବାର ପୁରୁଲିଆ ଜେଲରେ ଦୁଇ ଜଣକର ବିବାହ ହୋଇଛି । ୨୯ ଡିସେମ୍ବର ୨୦୧୬ରେ ଦୁଷ୍କର୍ମ ମାମଲାରେ ଏହି ମନୋଜଙ୍କୁ ଅପରାଧ କୋର୍ଟରେ ଦୋଷୀ କରାଯାଇଥିଲା । ଦୁଷ୍କର୍ମ ଘଟଣା ପରେ ଏହି ମହିଳା ଏକ ପିଲାକୁ ଜନ୍ମ ଦେଇଥିଲେ । ଏହି ପିଲାକୁ ବାପାର ପରିଚୟ ଦେବାକୁ ମହିଳା ଜଣକ ଦୁଷ୍କର୍ମକାରୀ ମନୋଜଙ୍କୁ ବିବାହ କରିବାକୁ ଜିଦି ଧରିଥିଲେ । ପିଲା ଜନ୍ମ ହେବାର ୨ମାସ ପରେ ୨୦୧୦ରେ ପୁଲିସ ମନୋଜଙ୍କୁ ଗିରଫ କରିନେଇଥିଲା ।

ମହିଳାଙ୍କ କହିବାନୁସାରେ, ବାପାର ପରିଚୟ ପତ୍ର ନଥିବାରୁ ସେ ନିଜ ଜନ୍ମକରିଥିବା ପିଲାକୁ ସ୍କୁଲରେ ଆଡମିଶନ କରିପାରିନଥିଲେ । ଏବେ କୋର୍ଟର ଆଦେଶ ପରେ ପୀଡତା ବିବାହ କରିଛନ୍ତି ସେହି ବ୍ୟକ୍ତିଙ୍କୁ । ଆଉ ନିଜ ପୁଅକୁ ମିଳିଯାଇଛି ବାପାର ପରିଚୟ ।