ଅଜବ ଘଟଣା : ସାପ କାମୁଡାରେ ମୃତ୍ୟୁ ହୋଇଥିବା ମହିଳା ୪୦ ବର୍ଷ ପରେ ଫେରିଲେ ଘରକୁ

142

2କାନପୁର ନିକଟ ମଝହାୱା ଜିଲ୍ଲାର ଇନାୟତପୁର ଗାଁରେ ଆଶ୍ଚର୍ଯ୍ୟକର ଘଟଣା । ସାପ କାମୁଡାରେ ମୃତ୍ୟୁ ହୋଇଥିବା ଜଣେ ମହିଳା ପୁଣି ୪୦ବର୍ଷ ପରେ ଘରକୁ ଫେରିଛନ୍ତି । ଏହା ବିଶ୍ୱାସ ନହେଲେ ବି ସତ । ଦୈନିକ ଜାଗରଣରେ ପ୍ରକାଶିତ ଏହି ଖବର ଏବେ ଚର୍ଚ୍ଚାରେ ।

4ଖବର ଅନୁସାରେ ୧୯୭୬ ମସିହାରେ କାନପୁରର ମଝହାୱା ଜିଲ୍ଲାର ଇନାୟତପୁର ଗାଁରେ ଜଣେ ବିଲାସା ନାମ୍ନୀ ମହିଳା ୪୦ ବର୍ଷ ପୂର୍ବେ ସାପ କାମୁଡାରେ ମରିଯାଇଥିଲେ । ପରିବାର ଲୋକେ ତାଙ୍କ ଶବକୁ ଗଙ୍ଗା ନଦୀରେ ଭସାଇଦେଇଥିଲେ । ହେଲେ ଅଚାନକ ଏତେ ବର୍ଷ ପରେ ଏହି ମୃତ ମହିଳା ଫେରିବାର ଦେଖି ଗାଁ ଲୋକେ ଓ ପରିବାର ଲୋକେ ଚକିତ ହୋଇଯାଇଛନ୍ତି ।

ବିଲାସାଙ୍କ କହିବା ଅନୁସାରେ କିଛି ଲୋକ ତାଙ୍କୁ ଆହ୍ଲାବାଦରେ ଗଙ୍ଗା କୂଳରୁ ତାଙ୍କୁ ଉଦ୍ଧାର କରିଥିଲେ । ସେ ସେଠାରେ ଆହ୍ଲାବାଦର ଏକ ମନ୍ଦିରରେ ରହୁଥିଲେ । ରାମଶରଣ ନାମକ ଜଣେ ବ୍ୟକ୍ତି ତାଙ୍କୁ ନେଇ ରଖିଥିଲେ । ସେ ନିଜର ପୂର୍ବ କଥା ଭୁଲି ଯାଇଥିଲେ । ଯେତେବେଳେ ଘରକଥା ମନେପଡିଲା ସେ ଘରକୁ ଫେିରିଥିଲେ ।

ଦେଖନ୍ତୁ ଏହି ଭିଡିଓ –