ହରିଓମ୍ ଜିନ୍ଦଲଙ୍କ ମହାନତା : ବସ୍ତି ପିଲାଙ୍କୁ ଦେଖେଇଲେ ଶିକ୍ଷାର ଆଲୋକ

50

22ସମାଜରେ ଏମିତି ବ୍ୟକ୍ତି ଥାଆନ୍ତି ସେମାନେ ନିଜ ସୁଖ ସୁବିଧା ଅପେକ୍ଷା ଅନ୍ୟମାନଙ୍କ ପାଇଁ କିଛି ଭଲ କାମ କରିବା ପାଇଁ ଚେଷ୍ଟା କରିଥାନ୍ତି । ନା ତା ପଛରେ ଥାଏ କିଛି ପାଇବାର ମୋହ ନା କିଛି ଯଶ ସୁନାମର ଅଭିପ୍ରାୟ । କେବଳ ମଣିଷଟିଏ ପରି ମଣିଷଟିଏର ସାହାଯ୍ୟରେ ଆସିବାର ଲକ୍ଷ୍ୟ ଥାଏ ।

55ଏହିପରି ଲୋକମାନଙ୍କ ମଧ୍ୟରେ ପଂଜାବ ଲୁଧିଆନାର ହରିଓମ୍ ଜିନ୍ଦଲ ଅନ୍ୟତମ । ବୃତ୍ତିରେ ଜଣେ ଓକିଲ । କିନ୍ତୁ ନିଶା ସହରର ବସ୍ତି ଅଂଚଳର ପିଲାଙ୍କୁ ଶିକ୍ଷା ଦେବା । ଏଥିପାଇଁ ସେ ଚଳାଉଛନ୍ତି ଏକ ସ୍କୁଲ୍ । ଲୁଧିଆନାର ସହର ତଳି ବସ୍ତିରେ ରହୁଥିବା ପିଲା ,ଯେଉଁମାନେ ଭିକ୍ଷା ବୃର୍ତିକରି ଓ ଭାର ବୋହି ଜୀବିକା ବିତାନ୍ତି ,ସେମାନଙ୍କୁ ପାଠ ପଢାଉଛନ୍ତି ଓକିଲ ହରିଓମ୍ ଜିନ୍ଦଲ ।

ଗୋଟିଏ କୁଡିଆ ଘରେ ସିଫ୍ଟ ଅନୁଯାୟୀ କ୍ଲାସ ଆରମ୍ଭ ହୁଏ । ସେହି ବସ୍ତି ଅଂଚଳର ୮ଜଣ ସ୍ତ୍ରୀ ଲୋକ ମଧ୍ୟ ଛାତ୍ର ଭାବରେ ଯୋଗ ଦେଇଛନ୍ତି ହରିଓମଙ୍କ ସ୍କୁଲରେ । ବର୍ତମାନ ସେହି ସ୍କୁଲରେ ୫ଜଣ ପାର୍ଟ ଟାଇମ ଶିକ୍ଷକ ଓ ଜଣେ ଫୁଲ୍ ଟାଇମ୍ ଶିକ୍ଷକ ଅଛନ୍ତି । ସହରର ବସ୍ତି ପିଲାଙ୍କ ପାଇଁ ହରିଓମ୍ ଜିନ୍ଦଲ ଏବେ ସାଜିଛନ୍ତିି ଶିକ୍ଷାର ଆଲୋକବର୍ତିକା । ତାଙ୍କର ଏଭଳି ଉଦ୍ୟମ ପାଇଁ ତାଙ୍କୁ ଚାରିଆଡୁ ମିଳିଛି ପ୍ରଶଂସାର ସୁଅ ।

ଏହା ସହ ଦେଖନ୍ତୁ – ଅଳିଆଗଦାରୁ ଅଷ୍ଟ୍ରେଲିଆ ! ଜଣେ ଉପେକ୍ଷିତ ଝିଅର ଜୀବନ କାହାଣୀ