ସାକ୍ଷାତକାରରେ ଅଭିନେତ୍ରୀ ନିତ୍ୟା କହିଲେ ରିଲର ରିୟଲ କଥା : ନିଜ ସହ ଦୁଇଥର ହୋଇଛି ଦୁଷ୍କର୍ମ

39

bbଦୁଷ୍କର୍ମ ଉପରେ ବିବାଦିତ ବୟାନ ଦେଇଛନ୍ତି ଦକ୍ଷିଣ ଭାରତୀୟ ଫିଲ୍ମ ଅଭିନେତ୍ରୀ ନିତ୍ୟା ମେନନ । ଏହି ବୟାନକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ଜୋର ଧରିଛି । ନିକଟରେ ଅଭିନେତ୍ରୀ ନିତ୍ୟାଙ୍କ ମାଲୟାଲମ ଫିଲ୍ମ ‘ଘଟନା’ର ତେଲୁଗୁ ଭର୍ସନ ରିଲିଜ ହୋଇଛି । ଏହାକୁ ନେଇ ଏକ ସାକ୍ଷାତକାର ଦେଉଥିଲେ ନିତ୍ୟା । ବାର୍ତାଳାପ ଭିତରେ ଅଭିନେତ୍ରୀ ନିତ୍ୟା ବଖାଣିଥିଲେ ନିଜ ରିଲ ଓ ରିୟଲ ଲାଇଫ କଥା । ନିଜ ସହ ଦୁଇଥର ଦୁଷ୍କର୍ମ ହୋଇଥିବାର କଥା କହି ସେଠାରେ ଉପସ୍ଥିତ ଲୋକଙ୍କୁ ଚମକାଇ ଦେଇଥିଲେ ନୀତ୍ୟା ।

wwଫିଲ୍ମ ‘ଘଟନା’ରେ ଅଭିନେତା ନରେଶ ଖଳନାୟକ ଭୂମିକାରେ ଅଭିନେତ୍ରୀ ନିତ୍ୟାଙ୍କୁ ଦୁଇଥର ଦୁଷ୍କର୍ମ କରୁଛନ୍ତି ।ଏହି ସମୟରେ ନିତ୍ୟାଙ୍କ ବୟାନ ବିବାଦ ଛିଡା କରିଛି । ନିତ୍ୟାଙ୍କ କହିବାନୁସାରେ ଫିଲ୍ମର ନିର୍ଦ୍ଦେଶକ ଏମିତି ଭାବେ ଏହି ସମ୍ବେଦନଶୀଳ ଦୃଶ୍ୟକୁ ଚିତ୍ରାୟନ କରିଛନ୍ତି ଯାହା ସେ ଜାଣିପାରିନାହାଁନ୍ତି ।

ଏହି ୨୯ ବର୍ଷୀୟା ଅଭିନେତ୍ରୀ ନିତ୍ୟା ବାଙ୍ଗାଲୁରରେ ଜନ୍ମ ଗ୍ରହଣ କରିଛନ୍ତି । ସେ ମଣିପାଲ ଇନଷ୍ଟିଚ୍ୟୁଟ ଅଫ୍ କମ୍ୟୁନିକେଶନରେ ସାମ୍ବାଦିକ ଡିଗ୍ରୀ ହାସଲ କରିଛନ୍ତି । ନିତ୍ୟା କନ୍ନଡ, ମଲୟାଲମ ,ତେଲୁଗୁ ଓ ତାମିଲ ଫିଲ୍ମରେ କାମ କରିଛନ୍ତି । ତେଲୁଗୁରେ ନିତ୍ୟା ଦୁଇଥର ଫିଲ୍ମ ଫେୟାର ଆୱାର୍ଡ ପାଇଛନ୍ତି ।