ଲଜ୍ଜା ନା ମୁକ୍ତି : ଶେଷ ହୋଇଗଲା ଆଇଏସ୍ ବଂଶଲଙ୍କ ସଂସାର

47

8କର୍ପୋରେଟ ମାମଲା ମନ୍ତ୍ରଣାଳୟର ପୂର୍ବତନ ଡିଜି ବି.କେ ବଂଶଲଙ୍କ ଆତ୍ମହତ୍ୟା ଏବେ ଖୁବ୍ ଚର୍ଚ୍ଚାରେ । ନିଜ ୨୫ ବର୍ଷୀୟ ପୁଅ ସହ ଦିଲ୍ଲୀସ୍ଥିତ ନିଜ ଘରେ ଆତ୍ମହତ୍ୟା କରିଛନ୍ତି । ଏଭଳି ଦୁଃଖଦ ଘଟଣା ସମସ୍ତଙ୍କୁ ବ୍ୟଥିତ କରିଛି । ବି.କେ ବଂଶଲ ଲାଂଚ ନେବା ଘଟଣାରେ ସିବିଆଇ ଯାଂଚର ଶିକାରରେ ଥିଲେ ।

10ବଂଶଲ ପୂର୍ବ ଦିଲ୍ଲୀସ୍ଥିତ ମଧୁ ବିହାରର ନୀଳକଣ୍ଠ ଆପାର୍ଟମେଂଟରେ ରହୁଥିଲେ । ଏକ ଓøଷଧ କଂପାନୀ ଠାରୁ ଲାଂଚ ନେବା ଆରୋପରେ ସିବିଆଇ ଯାଂଚ ଚାଲିଥିଲା । ଏହା ପୂର୍ବରୁ ଜୁଲାଇରେ ବଂଶଲଙ୍କ ଗିରଫର ଠିକ୍ ଦୁଇ ଦିନ ପରେ ତାଙ୍କ ପତ୍ନୀ ଓ ୨୭ ବର୍ଷୀୟ ଝିଅ ଏଥିରେ ମର୍ମାହତ ହୋଇଥିଲେ । ଲୋକ ଲଜ୍ଜାକୁ ପାର୍ଥେୟ କରି ଘରେ ଫାଶି ଦେଇ ବଂଶଲଙ୍କ ପତ୍ନୀ ଓ ଝିଅ ଆତ୍ମହତ୍ୟା କରିଥିଲେ ।

13କର୍ପୋରେଟ ଆଫେୟାର ବିଭାଗରେ ଥିବା ବେଳେ ବି.କେ ବଂଶଲ ଲାଂଚ ନେବାରେ ପ୍ରତ୍ୟେକ୍ଷ ଭାବେ ଧରାପଡିଥିଲେ । ୧୬ ଜୁଲାଇରେ ମୁମ୍ବାଇର ଏକ କଂପାନୀ ଠାରୁ ଫାଇଭ୍ ଷ୍ଟାର ହୋଟେଲରେ ୯ ଲକ୍ଷର ଲାଂଚ ନେବାବେଳେ ଧରାପଡିଯାଇଥିଲେ । ଏହି ମାମଲାରେ ତାଙ୍କ ଉପରେ ୨୦ ଲକ୍ଷର ଲାଂଚ ନେବାର ଆରୋପ ଥିଲା । ଯେଉଁଥିରେ ୧୬ ଜୁଲାଇ ପୂର୍ବରୁ ସେ ୧୧ଲକ୍ଷ ଟଙ୍କା ଲାଂଚ ସ୍ୱରୂପ ନେଇ ସାରିଥିଲେ ।

12ବଂଶଲଙ୍କ ଚିହ୍ନାପରିଜନଙ୍କ ସୂଚନାନୁସାରେ ବଂଶଲଙ୍କ ଏହି ଭ୍ରଷ୍ଟାଚାର କାଣ୍ଡ ଯୋଗୁଁ ତାଙ୍କର ପରିବାର ଲୋକ ଖୁବ୍ ଚିନ୍ତାଗ୍ରସ୍ତରେ ଥିଲେ । ଯଦ୍ୱାରା ତାଙ୍କ ସ୍ତ୍ରୀ ଓ ଝିଅ ପୂର୍ବରୁ ଆତ୍ମହତ୍ୟା କରିଥିଲେ । ଆଜି ନିଜେ ବଂଶଲ ଓ ତାଙ୍କ ପୁଅ ଆତ୍ମହତ୍ୟା କରିଛନ୍ତି ।

9ଲୋଭ ହଜାଇ ଦିଏ ହସ ଖୁସି । ମଣିଷ ଏସବୁ ଜାଣି ଅଜଣା ହୋଇଯାଏ। ଯେତେ ସଭ୍ୟ ଶିକ୍ଷିତ ହେଲେ ବି ଅତି ଲୋଭ ମୋହରେ ପଡିଯାଏ। ବିଚାର କରେନି ଆଗପଛ । ଯାହାର ଫଳ ହୁଏ ଦୁଃଖଦ । ଏହିଭଳି ଘଟଣା ଘଟିଛି କର୍ପୋରେଟ ମାମଲା ମନ୍ତ୍ରଣାଳୟର ପୂର୍ବତନ ଡିଜି ବି.କେ ବଂଶଲଙ୍କ କ୍ଷେତ୍ରରେ । ଥିଲା ସୁନ୍ଦର ସଂସାର । ଭଲ ପଦବୀରେ ଥିଲେ । ସ୍ତ୍ରୀ ଓ ଦୁଇଟି ପିଲାଙ୍କୁ ନେଇ ଚାଲୁଥିଲା ଖୁସିର ସଂସାର । ହେଲେ ନିଜର ଲାଂଚଖୋର ମନୋଭାବ ସବୁକିଛି ବିଗାଡି ଦେଲା ।

ଏହା ସହ ଦେଖନ୍ତୁ ଏହି ଭିଡିଓ –