ପ୍ରେମରେ ପଡିଲା ପୂର୍ଣ୍ଣଚ୍ଛେଦ : ବୟଫ୍ରେଣ୍ଡଙ୍କୁ ହତ୍ୟା ପରେ ମହିଳା କଲେ ଆତ୍ମହତ୍ୟା

66

4ବେଙ୍ଗାଲୁରୁ : ଏମିତି ଏକ ପ୍ରେମ ଓ ହତ୍ୟାକାଣ୍ଡର ଖବର ସାମ୍ନାକୁ ଆସିଛି ଯାହାକୁ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଜଣେ ମହିଳାଙ୍କ ସ୍ୱାମୀ ଓ ଶ୍ୱଶୁର ତାଙ୍କ ବୟଫ୍ରେଣ୍ଡଙ୍କୁ ଗୁଳି କରି ହତ୍ୟା କରିବା ପରେ ମହିଳାଙ୍କର ଅଚାନକ ଆତ୍ମହତ୍ୟା ଚର୍ଚ୍ଚାର ବିଷୟ ପାଲଟିଛି ।

ଟାଇମ୍ସ ଅଫ୍ ଇଣ୍ଡିଆରେ ପ୍ରକାଶିତ ଖବର ଅନୁସାରେ , ମହିଳାଙ୍କର ବୟଫ୍ରେଣ୍ଡ ୩୪ ବର୍ଷୀୟ ଓକିଲ ଅମିତ୍ କେଶବମୂର୍ତୀଙ୍କ ହତ୍ୟାର କିଛି ଘଂଟା ପରେ ୩୨ ବର୍ଷୀୟ ଏହି ମହିଳା ଆତ୍ମହତ୍ୟା କରିଛନ୍ତି । ଶ୍ରୁତି ଗୈାଡା ନାମ୍ନୀ ମହିଳା ଜଣକ ଦୁଇଟି ଝିଅର ମା । ହତ୍ୟାର ଆରୋପରେ ମହିଳାଙ୍କର ଶ୍ୱଶୁର , ଲ୍ୟାଣ୍ଡ ଡେଭଲପଲର ୭୮ ବର୍ଷୀୟ ଗୋପାଳକ୍ରିଷ୍ଣ ଓ ସ୍ୱାମୀ ୩୩ ବର୍ଷୀୟ ରାଜେଶ ଗୈାଡାଙ୍କୁ ସାଉଥ୍ ବେଙ୍ଗାଲୁରୁର ଗିରଫ କରିଛି ପୁଲିସ୍ । ସେମାନେ ଅମିତଙ୍କୁ ଗୁଳିକରି ହତ୍ୟା କରିବାର ଆରୋପରେ ଗିରଫ କରିଛି ପୁଲିସ ।

ହତ୍ୟା ଦିନ ଅମିତ ଓ ଶ୍ରୁତି ଏକ କାରରେ ଥିଲେ । ଶ୍ରୁତି କେଉଁଠାକୁ ଯାଉଛନ୍ତି ଜାଣିବା ପାଇଁ ପୂର୍ବରୁ ଶ୍ରୁତିଙ୍କ କାରରେ ଜିପିଏସ ୟୁନିଟ୍ ଲଗାଇଥିଲେ । ପୁଲିସର ସୂଚନା ଅନୁସାରେ ସେଦିନ ପ୍ରେମିକ ଅମିତ ସହ ଶ୍ରୁତି ଆଚାର୍ଯ୍ୟ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁଟ ଯାଇଥିଲେ ଓ ରାସ୍ତାର ପାର୍ଶ୍ୱରେ ଗାଡି ପାର୍କିଂ କରୁଥିଲେ । ଏତିକି ବେଳେ ଶ୍ରୁତିଙ୍କ ସ୍ୱାମୀ ଓ ଶ୍ୱଶୁର ଅମିତଙ୍କୁ ଗୁଳି କରିଥିଲେ । ଶ୍ରୁତି ଅମିତଙ୍କୁ ତୁରନ୍ତ ଡାକ୍ତରଖାନା ନେଇଯାଇଥିଲେ । ହେଲେ ସେଠାରେ ଅମିତଙ୍କ ମୃତ୍ୟୁ ହୋଇଥିବା ଡାକ୍ତର କହିଥିଲେ । ଏହାପରେ ଶ୍ରୁତି ନିଜର କିଛି ସଂପର୍କୀୟଙ୍କୁ ଫୋନ୍ କରି ହେସାରଘଟ୍ଟା ମେନ ରୋଡରେ ଥିବା ନେସାରା ଲଜକୁ ଡାକିଥିଲେ । ସେମାନେ ଆସିବା ପୂର୍ବରୁ ଶ୍ରୁତି ଗୈାଡା ଆତ୍ମହତ୍ୟା କରିସାରିଥିଲେ ।