ଦ୍ୱିତୀୟ ବିବାହ କରିବାକୁ ଚାହୁଁଛନ୍ତି କି : ବାଟ ବତାଇବ ୱେବସାଇଟ୍

129

1ଦୁନିଆଁ ଏବେ ଖୁବ୍ ବଦଳିବାରେ ଲାଗିଛି ଇଂଟରନେଟ ମଣିଷକୁ କରିଦେଇଛି ଡିଜିଟାଲ ମ୍ୟାନ୍ । ମଣିଷ ନିଜର ଇଚ୍ଛା ମୁତାବକ ସବୁକିଛି ନିଜ ହାତ ପାହାନ୍ତାରେ ପାଇପାରୁଛି । ବିବାହ ମେଳକ ଆଦି କାର୍ଯ୍ୟ ପାଇଁ ବିଶ୍ୱରେ ଅନେକ ମାଟ୍ରିମୋନିଆଲ ସାଇଟ ସବୁ କାମ କରୁଛି । ସହଜରେ ମନମୁତାବକ ଜୀବନସାଥୀ ମିଳିଯାଉଛି ଏହି ଇଂଟରନେଟ ସାଇଟ ଜରିଆରେ ।

azadଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ବହୁବିବାହ ପାଇଁ ବି ଏକ ୱେବସାଇଟ୍ କାମକରୁଛି । ଯାହା ଆପଣଙ୍କୁ ଖୁସିର ଜୀବନ ଜିଇଁବାକୁ ସାହାଯ୍ୟ କରିବ । ପାକିସ୍ତାନ ଜନ୍ମିତ ବ୍ରିଟିଶର ଜଣେ ୩୩ ବର୍ଷୀୟ ଯୁବ ବ୍ୟବସାୟୀ ତିଆରି କରିଛନ୍ତି ଏହି ୱେବସାଇଟ୍ । ଆଜାଦ ଚାୟୱାଲା ନାମକ ଏହି ବ୍ୟବସାୟୀ ଏଭଳି ଅଭିନବ ପ୍ରୟାସର ସୂତ୍ରଧର ସାଜିଛନ୍ତି । ବହୁବିବାହ ପାଇଁ ଇଚ୍ଛୁକ ଲୋକଙ୍କର ଏହା ଏକ ସ୍ୱତନ୍ତ୍ର ସାଇଟ୍ । ୨୦୧୪ରେ ପ୍ରଥମେ ସେ ସେକେଣ୍ଡ ୱାଇଫ୍ ଡଟ୍ କମ୍ ନାମରେ ୱେବସାଇଟ୍ ଆରମ୍ଭ କରିଥିଲେ। ପରେ ପଲିଗାମୀ ଡଟ୍ କମ୍ ନାମରେ ଆଉ ଏକ ସାଇଟ୍ ଆରମ୍ଭ କଲେ ।

gallery-1437049418-194-escaping-polygamyନ୍ୟୁ ୟର୍କ ଟାଇମ୍ସର ରିପୋର୍ଟ ଅନୁସାରେ – ଏବେ ଏହି ସାଇଟରେ ହଜାରରୁ ଅଧିକ ସଦସ୍ୟ ସାମିଲ ହୋଇଛନ୍ତି । ଯଦିଓ ବ୍ରିଟେନ୍ ଓ ଆମେରିକାରେ ଜଣେ ଦୁଇଟି ବିବାହ କରିବା ଅପରାଧ ,ତଥାପି ଅଧିକ ୟୁଜର୍ସ ଏହି ଦେଶରୁ ଅଟନ୍ତି । ଏବେ ଭାରତ ,ପାକିସ୍ତାନ ତଥା ଏସିଆ ଓ ଆଫ୍ରିକାର ଅନ୍ୟ ଦେଶର ଲୋକମାନେ ଏହି ସାଇଟକୁ ଲଗ୍ ଇନ୍ କରିବା ଆରମ୍ଭ କଲେଣି ।
ଏହି ୱେବସାଇଟ୍ କେତେ ଉପଯୋଗୀ –
ସମାଜରେ ଏବେ ବେଶ୍ୟାବୃତି ,ଛାଡପତ୍ର , ବୈବାହିକ ଜୀବନରେ ଅଶାନ୍ତି ପରି ସମସ୍ୟା ନିତିଦିନିଆ ଘଟଣା ପାଲଟି ଗଲାଣି । ଆଉ ଏଥିରୁ ଟିକେ ଶାନ୍ତି ପାଇବା ପାଇଁ ଏହି ସେକେଣ୍ଡୱାଇଫ୍ ଡଟ୍ କମ୍ ଖୁବ୍ ଉପଯୋଗୀ ବୋଲି କୁହନ୍ତି ଆଜାଦ ଚାୟୱାଲା । ଏହା ଅନୈତିକ ସମ୍ବନ୍ଧ ଓ ୱାନ୍ ନାଇଟ୍ ଷ୍ଟେ ଭଳି କାମ ଠାରୁ ଖୁବ୍ ଭଲ । ଏହି ୱେବସାଇଟର ଟ୍ୟାଗ୍ ଲାଇନ ଦୁଇ ବା ତିନି ବିବାହ କର କିନ୍ତୁ ନିଜ ପତ୍ନୀଙ୍କ ପ୍ରତି ବିଶ୍ୱସ୍ତ ରୁହ 

2ସେକେଣ୍ଡ ୱାଇଫ୍ ଡଟ୍ କମରେ ଲଗ୍ ଇନ୍ ପାଇଁ କଣ କରିବେ ?
ଏହି ସାଇଟରେ ପ୍ରୋଫାଇଲ ଦେବା ପାଇଁ କୈାଣସି ଚାର୍ଜ ଦେବାକୁ ପଡିନଥାଏ । କିନ୍ତୁ ପ୍ରୋଫାଇଲ ଫଟୋ ବ୍ରାଉଜ ପାଇଁ ମେମ୍ବରସିପ୍ ହେବାକୁ ପଡେ । ଯାହାର ଏକ ମାସ ପାଇଁ ଫିସ୍ ୧୩୪୦ଟଙ୍କା ଏବଂ ପୂରା ତିନି ମାସ ପାଇଁ ୩,୦୧୬ଟଙ୍କା ।

polygamyଏଥିରେ କେତେ ପୁରୁଷ ଓ କେତେ ନାରୀ ସାମିଲ –

ଏହି ସାଇଟରେ ୟୁଜର୍ସ ସଂଖ୍ୟା ବଢିବାକୁ ଲାଗିଛି । ସେକେଣ୍ଡୱାଇଫ୍ ଡଟ୍ କମରେ ତିନି-ଚତୁର୍ଥାଂଶ ପୁରୁଷ ୟୁଜର୍ସ ଏବଂ ପଲିଗାମୀ ଡଟ୍ କମରେ ଅଧିକ ସଂଖ୍ୟାରେ ମହିଳା ପ୍ରୋଫାଇଲ ପୋଷ୍ଟ କରିଛନ୍ତି । ଏଥିରୁ ଦେଖାଯାଇଛି ମହିଳାମାନେ ପୂର୍ବରୁ ବିବାହିତ ପୁରୁଷଙ୍କୁ ପ୍ଲସ୍ ପଏଂଟ ମାନୁଛନ୍ତି । ସେମାନେ ଚିନ୍ତାଧାରା ଏୟା ଯେ ପୂର୍ବରୁ ଏକ ପତ୍ନୀର ଧ୍ୟାନ ରଖୁଥିବା ପୁରୁଷ ତାଙ୍କର ବି ଖୁବ୍ ଭଲରେ ଆଦର ଯତ୍ନ କରିବେ ।

ଏହା ସହ ଦେଖନ୍ତୁ – ପ୍ରଥା ନାଁରେ ଏଠି ଚାଲେ କୁକର୍ମ : ସ୍ୱାମୀ ଖୋଜେ ପତ୍ନୀ ପାଇଁ ଗ୍ରାହକ