ନିଜର ଡୁପ୍ଲିକେଟ କିଏ ଖୋଜୁଛନ୍ତି କି ? ଏକ ୱେବସାଇଟ୍ କରୁଛି ସାହାଯ୍ୟ !

66

ନିଜର ଡୁପ୍ଲିକେଟ କିଏ ଅଛନ୍ତି ଦେଖିବାକୁ ସମସ୍ତଙ୍କର ଇଚ୍ଛାଥାଏ । ସାଧାରଣତଃ ସେଲିବ୍ରେଟିଙ୍କୁ ଏହି ସୁବିଧା ମିଳିଥାଏ । କାରଣ ସେମାନଙ୍କର ଡୁପ୍ଲିକେଟ୍ ଥାଆନ୍ତି । କିନ୍ତୁ ଚାହିଁଲେ ଆପଣ ନିଜର ଡୁପ୍ଲିକେଟ୍ ଦେଖିବାର ସୁଯୋଗ ପାଇ ପାରିବେ । ଲୋକମାନଙ୍କ ଏହି ଇଚ୍ଛା ପୂରଣ କରିବାରେ ‘ଟୁଇନଷ୍ଟ୍ରେଂଜର୍ସ’ ନାମକ ୱେବସାଇଟ୍ ସାହାଯ୍ୟ କରୁଛି ।

ଏପ୍ରିଲ୍ ୨୦୧୫ରେ ନିୟାମ ଗିନି ନାମକ ଜଣେ ୨୬-ବର୍ଷୀୟା ଛାତ୍ରୀ ତଥା ଟିଭି ପ୍ରେଜେଣ୍ଟର ନିଜ ସାଙ୍ଗମାନଙ୍କ ସହ ମିଶି ଏହି ‘ଟୁଇନଷ୍ଟ୍ରେଂଜର୍ସ’ ପ୍ରୋଜେକ୍ଟ ଆରମ୍ଭ କରିଥିଲେ । କିଛି ମାସ ଭିତରେ ତାଙ୍କ ଆଶ୍ଚର୍ଯ୍ୟର ସୀମା ରହିନଥିଲା । ଯେତେବେଳେ ତାଙ୍କ ନିଜର ଗୋଟିଏ ନିହେଁ ଦୁଇଟି ଡୁପ୍ଲିକେଟ୍ ମିଳିଗଲେ ।

ଡବଲିନର ନିୟାମଙ୍କୁ ନିଜର ପ୍ରଥମ ଡୁପ୍ଲିକେଟ୍ କାରେନ୍ ବ୍ରେନିଗନ ଭାବେ ମିଳିଥିଲେ । ଦୁହେଁ ପରସ୍ପରକୁ ଭେଟିଥିଲେ ଓ ଏହି ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଥିଲା ।