ଅନ୍ଧବିଶ୍ୱାସର ଅଜବ ଗାଁ : ସଂନ୍ଧ୍ୟା ହେଲେ ଝିଅଙ୍କୁ ପୋଷାକ ଖୋଲିବାକୁ କୁହାଯାଏ

72

captureପୋଷାକ ଖୋଲି ରାତିରେ ବୁଲିବା ସମାଜରେ ଲଜ୍ଜା ଓ ହୀନବୋଧର କାର୍ଯ୍ୟ । ଘରର ଝିଅମାନଙ୍କୁ ଅନେକ ସଣ୍ଠଣାରେ ଚଳିବାକୁ ଆମ ସମାଜରେ ଶିକ୍ଷା ଦିଆଯାଇଥାଏ । ସେମାନଙ୍କ ବେଶ ପୋଷାକ ପିନ୍ଧିବାଠୁ ନେଇ ଚାଲି ଚଳନ ଯାଏ ସବୁଥିରେ ଥାଏ ଶାଳୀନତା । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏମିତି ଏକ ସ୍ଥାନ ଅଛି ଯେଉଁଠି ସଂନ୍ଧ୍ୟା ହେଲେ ଘରର ଝିଅଙ୍କୁ ପୋଷାକ ଖୋଲି ବୁଲିବାକୁ କୁହାଯାଇଥାଏ । ଲାଇଭ ଇଣ୍ଡିଆରେ ପ୍ରକାଶିତ ଏହି ଖବର ଏବେ ଚର୍ଚ୍ଚାରେ ।

ସୂଚନା ଅନୁସାରେ ,ବିହାରର ଦେହାତ ଗାଁରେ ଏମିତି ଘଟଣା ଦେଖିବାକୁ ମିଳେ । ସଂନ୍ଧ୍ୟା ହେଲେ ଏଠାରେ ଘରର ଝିଅମାନେ ନିବସ୍ତ୍ର ହୋଇ ବାହାରେ ବୁଲିଥାନ୍ତି । ଆଉ ଏଥିପାଇଁ ଘରର ଲୋକେ କହିଥା’ନ୍ତି । ବିହାରର ଅଧିକ ଗାଁରେ ବର୍ଷା କମ୍ ହେବାରୁ ଫସଲ ଉଜୁଡି ଯାଉଛି । ଏଥିପାଇଁ ନୂଆ ବର୍ଷା ପାଇଁ ଗାଁର ଲୋକେ ଜଳଦେବତାକୁ ଭଲ ବର୍ଷା ପାଇଁ ପ୍ରାର୍ଥନା କରୁଛନ୍ତି । ଏଥିପାଇଁ ଏହି ଗାଁରେ ପ୍ରତି ଘରର ଝିଅଙ୍କୁ ପୋଷାକ ଖୋଲି କ୍ଷେତକୁ ଯିବାକୁ କୁହାଯାଉଛି । କୁଆଁରୀ ଝିଅଙ୍କ ନଗ୍ନ ଦେହ ଦେଖି ଦେବତା ଲଜ୍ଜାବୋଧ କରିବେ ଓ ବର୍ଷା କରିବାକୁ ବାଧ୍ୟ ହେବେ ।

ବିହାରର ଏହି ଦେହାତ ଗାଁରେ ଏହି ଅନ୍ଧବିଶ୍ୱାସ ଏକ ଖୁବ୍ ସାମାଜିକ ପ୍ରଥା ପାଲଟିଯାଇଛି । ସେମାନେ ଭାବନ୍ତି ଏମିତି ଝିଅମାନେ ନଗ୍ନ ହୋଇ ବୁଲିଲେ ଜଳ ଦେବତା ବର୍ଷା କରିବେ । ଗ୍ରାମବାସୀମାନେ ମଧ୍ୟ ଶପଥ ନେଇଛନ୍ତି ଯେତେ ଦିନଯାଏ ଭଲ ବର୍ଷା ନହେବ ,ସେମାନେ ଏମିତି ପ୍ରକ୍ରିୟା ଜାରି ରଖିବେ ।