ମଣିଷ ନୁହେଁ ଅଜଗର ସାପ ଓ ହାତୀ କରୁଛନ୍ତି ମସାଜ ! ଏମିତି ଅଜବ ପ୍ରକାରର ମସାଜକୁ ନେଇ ଚର୍ଚ୍ଚା

127

5ଦୈନନ୍ଦିନ ଜୀବନରେ ମଣିଷ କର୍ମକ୍ଲାନ୍ତ ହୋଇ ଟିକେ ବିଶ୍ରାମ ଓ ଆରାମ ଖୋଜେ । ଆଉ ଏଥିପାଇଁ ଶରୀରରେ ଥକାପଣଳୁ ମେଂଟାଇବା ପାଇଁ ଏକ ରିଲାକ୍ସର ମାଧ୍ୟମକୁ ଆପଣାଏ । ଏଣୁ ଶରୀରର ମାଲିସ ବା ମସାଜରେ ଖୁବ୍ ଆରାମ୍ ଅନୁଭବ କରେ ମଣିଷ । ଏଥିପାଇଁ ଅନେକ ମସାଜ ସେଂଟରମାନ ସବୁ ଖୋଲାଯାଇଛି । କିନ୍ତୁ ବିଶ୍ୱର ଅନେକ ସ୍ଥାନରେ ଅଜବ ପ୍ରକାରର ମସାଜ ଚାଲିଛି । ମଣିଷ ନୁହେଁ କିଛି ଜୀବମାନେ କରୁଛନ୍ତି ଏହି ମସାଜ କାମ ।
3ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ସାପ ବି ଏହି ମସାଜ କରୁଛି । ଲୋକେ ଭୟ ନକରି ଏହି ମସାଜର ମଜା ନେଉଛନ୍ତି । ଇଣ୍ଡୋନେସିଆରେ ମଣିଷ ନୁହେଁ ଅଜଗର ସାପ କରୁଛି ଲୋକଙ୍କ ମସାଜ କାମ । ସେଠାରେ ଅଜଗର ସାପ ମସାଜ କ୍ରିୟା କରୁଛି । ଆଉ ଲୋକେ ଖୁବ୍ ରିଲାକ୍ସ ଫିଲ୍ କରୁଛନ୍ତି ଏଥିରେ । ଏହି ଅଜଗର ୨୩ରୁ ୩୩ ଇଂଚ ଯାଏ ଲମ୍ବ । ଯାହା ସେଠାରେ ମସାଜ କାମରେ ନିୟୋଜିତ ।

ଜାପାନରେ ,ରୁଷ୍ ଓ ୟୁନାଇଟେଡ୍ କିଙ୍ଗଡମର କିଛି ସ୍ଥାନରେ ଗେଣ୍ଡା ଦ୍ୱାରା ମୁହଁରେ ମସାଜ କରାଯାଉଛି । କୁହାଯାଉଛି ଯେ ଗେଣ୍ଡାରୁ ବାହାରୁଥିବା ଲାଳ ମୁହଁରୁ କୈାଣସି ଦାଗ ବା ଚିହ୍ନ ଆଦି ହଟାଇଦିଏ । ମୁହଁକୁ ସଫା କରିଦେଇଥାଏ ।

1ଥାଇଲ୍ୟାଣ୍ଡରେ ହାତୀ କରୁଛି ମସାଜ । ହାତୀର ମସାଜ କ୍ରିୟା ସେଠାରେ ଖୁବ୍ ଲୋକପ୍ରିୟ । ୩ହଜାର କିଲୋର ହାତୀ ନିଜର ଗୋଡରେ ଲୋକଙ୍କ ମସାଜ କରିଥାଏ । ଏଥିରେ ହାତୀ ନିଜର ଶୁଣ୍ଢରବି ପ୍ରୟୋଗ କରିଥାଏ ।

ମାଛମାନେ ବି ଏଥିରେ ପଛରେ ନାହାଁନ୍ତି । ଫିଶ ପେଡିକିଓର ଖୁବ୍ ପସନ୍ଦ କରନ୍ତି ଲୋକେ । ଫିଶ୍ ମସାଜର ମଜା ନେବାପାଇଁ ପାଦକୁ ଏକ ପାତ୍ରରେ ବୁଡାଇ ରଖାଯାଏ । ଯେଉଁ ପାତ୍ରରେ ପାଣି ଥିବା ସହ ଡାକ୍ତର ଫିଶ୍ ନାମକ କିଛି ମାଛ ରଖାଯାଇଥାଏ ।