ଚର୍ଚ୍ଚାରେ ଯୁବକଙ୍କ ପ୍ରେମ : ଟଙ୍କାରେ ତିଆରି ଫୁଲତୋଡା ଦେଇ ପ୍ରପୋଜ କଲେ ପ୍ରେମିକାକୁ

39

proposalଗର୍ଲଫ୍ରେଣ୍ଡକୁ ପ୍ରପୋଜ କରିବା ପାଇଁ ପୁଅମାନେ ଭିନ୍ନ ଭିନ୍ନ ତରିକା ଖୋଜିଥାନ୍ତି । ଆଉ ଉପହାର ସ୍ୱରୂପ ଏମିତି ଜିନିଷ ଦେବାକୁ ଚାହାଁନ୍ତି ଯାହା ଝିଅଙ୍କ ନା’ କୁ ହଁ ରେ ବଦଳେଇଦେବ । ଆଉ ଏହା ସବୁଦିନ ପାଇଁ ସ୍ମୃତି ହୋଇ ରହିବ । ଏମିତି ଏକ ଅଭିନବ ଉପାୟରେ ନିଜ ଗର୍ଲଫ୍ରେଣ୍ଡକୁ ପ୍ରପୋଜ କରିବାର ତରିକା ଚୀନରେ ଦେଖିବାକୁ ମିଳିଛି । ଫୁଲର ତିଆରି ଫୁଲତୋଡା ନୁହେଁ ଟଙ୍କାରେ ତିଆରି ଫୁଳତୋଡା ନିଜର ଗର୍ଲଫ୍ରେଣ୍ଡକୁ ଦେଇଛନ୍ତି ଉପହାର ।

ଚୀନର ଜଣେ ଯୁବକ ନିଜର ଗର୍ଲଫ୍ରେଣ୍ଡକୁ ୫୦ଟଙ୍କିଆ ନୋଟରେ ତିଆରି ଫୁଷ୍ପଗୁଚ୍ଛ ଦେଇ ପ୍ରପୋଜ କରିଛନ୍ତି । ଏହା ଏତେ ମାତ୍ରାରେ ସେହି ଝିଅକୁ ପ୍ରଭାବିତ କରିଥିଲା ଯେ ସେ ଆଉ ମନା କରିପାରିନଥିଲେ । ସୂଚନା ଅନୁସାରେ ସେହି ଯୁବକ ଜଣକ ଅନେକ ଦିନରୁ ଝିଅଟିକୁ ଭଲପାଇ ଆସୁଥିଲେ । ପ୍ରପୋଜ କରିବା ପାଇଁ ସୁଯୋଗ ଖୋଜୁଥିଲେ ଏବଂ ଏହାକୁ ଯେମିତି ଏକାଥରେ ସଫଳ କରିବେ ସେଥିପାଇଁ ତରିକା ଖୋଜୁଥିଲେ ଏବଂ ଶେଷରେ ଏମିତି ଏକ ଉପାୟ ମୁଣ୍ଡକୁ ଜୁଟିଲା ।

ଲୁଚିଛପି କୈାଣସି କାମ ନକରି , ଅନେକ ଲୋକଙ୍କ ସାମ୍ନାରେ ସେ ନିଜର ପ୍ରେମିକାକୁ ପ୍ରପୋଜ କରିଥିଲେ । ଏବଂ ୫୦ ଟଙ୍କିଆ ନୋଟରେ ତିଆରି ଫୁଲତୋଡାରେ ବନେଇଥିଲେ ଉପହାର । ଯାହାକୁ ଖୁବ୍ ପସନ୍ଦ କରିଥିଲେ ସେହି ପ୍ରେମିକା । ଆଉ ମନା କରିପାରିନଥିଲେ । ସବୁ ଲୋକଙ୍କ ଆଗରେ ତୁରନ୍ତ ସ୍ୱୀକାର କରିଥିଲେ ଯୁବକର ପ୍ରେମ ଓ ଭଲପାଇବାକୁ । ଏହାଦେଖି ସେଠାରେ ଉପସ୍ଥିତ ଲୋକ ଚକିତ ହୋଇଯାଇଥିଲେ ।