ଚର୍ଚ୍ଚାରେ ବାହାଘର ! ଗଭୀର ସମୁଦ୍ର ଭିତରେ ବର-କନ୍ୟା ସାଜିଲେ ଜୀବନସାଥୀ

40

3ସମସ୍ତଙ୍କ ଜୀବନରେ ବିବାହ ଏକ ଅପୂର୍ବ ମୁହୂର୍ତ୍ତ ପାଲଟିଥାଏ । ଏହି ପର୍ବ ଜୀବନ ପୃଥିବୀରେ ଥରୁଟିଏ ଆସିଥାଏ । ଏଣୁ ସମସ୍ତେ ନିଜର ବାହାଘରକୁ ଏକ ସ୍ମୃତିମୟ କରିବାକୁ ଚାହିଁଥାନ୍ତି । ଆଉ ଏଥିପାଇଁ ଦେଖିଥାନ୍ତି ଅନେକ ସ୍ୱପ୍ନ । ଏବେ ଚର୍ଚ୍ଚାରେ ଏମିତି ଏକ ଅଭିନବ ବାହାଘର । ନିକଟରେ ଏକ ଭାରତୀୟ ଦଂପତ୍ତି ନିଜର ବାହାଘରକୁ ଅଧିକ ସ୍ମୃତିମୟ କରିବା ପାଇଁ ଏକ ଭିନ୍ନ ଉପାୟରେ କରିଛନ୍ତି ବିବାହ । ସମୁଦ୍ରର ଗଭୀର ଜଳକୁ ବାଛିଥିଲେ ବାହାଘର ଓ ବରଣମାଳା ପିନ୍ଧାଇବାର ସ୍ଥାନ ।

5କେରଳର କୋବଲମରେ ଆରବିୟାନ ସାଗରର ଗ୍ରୋବ୍ ବିଚରେ ନିଖିଲ୍ ପୱାର ଓ ୟୁନିକା ପୋଗର୍ନ ସାତ ଫେରା କରିଛନ୍ତି । ୟୁନିକା ନିଜ ବିବାହକୁ ନେଇ ଆଗରୁ କିଛି ଭିନ୍ନ ସ୍ୱପ୍ନ ଦେଖିଥିଲେ । କିଛି ଅଲଗା କରିବାକୁ ଚାହୁଁଥିଲେ । ଯାହାକୁ ଏବେ ତାଙ୍କ ପତି ନିଖିଲ୍ ସତ କରି ଦେଖେଇଛନ୍ତି । ଧଳା ରଙ୍ଗର ୱେଡିଂ ଗାଉନରେ ୟୁନିକା ଓ ନୀଳ ରଙ୍ଗର ସୁଟରେ ନିଖିଲ୍ ସମୁଦ୍ର ଭିତରେ ଖୁବ୍ ଆକର୍ଷଣୀୟ ଲାଗୁଥିଲେ । ଭାରତରେ ଏହା ପ୍ରଥମଥର ଏକ ଅଭିନବ ବିବାହ ।

ଏହି ବିବାହ ପାଇଁ ପ୍ରସ୍ତୁତି ପର୍ବ ଥିଲା ରୋଚକ । ସମୁଦ୍ରର ୪ମିଟର ତଳେ ମଣ୍ଡପ ତିଆରି ହୋଇଥିଲା । ବର-କନ୍ୟା ଦୁଇଜଣ ପରସ୍ପରକୁ ସେଠାରେ ମୁଦି ପିନ୍ଧାଇଥିଲେ । ଏବଂ ବରଣମାଳା ମଧ୍ୟ ଦେଇଥିଲେ ।

ଏହାସହ ଦେଖନ୍ତୁ ଏହି ବିବାହ ଭିଡିଓ –