ଏମିତି ଏକ ଜେଲ,ଏ’ଠି ଟଙ୍କା ଦେଇ କଏଦୀ ବନନ୍ତି ଲୋକେ !

32

ସାଧାରଣତଃ ଆମର ସମାଜରେ ଅପରାଧୀଙ୍କୁ ସେମାନଙ୍କର ଦଣ୍ଡ ସ୍ୱରୂପ ଜେଲରେ ରଖାଯାଏ । ନିର୍ଦ୍ଦିଷ୍ଟ ମାସ କି ବର୍ଷ ପାଇଁ ସେମାନେ ଜେଲର କାଳ କୋଠରୀରେ ରହିଥାନ୍ତି । ଏଣୁ ଜେଲ ଯିବା ଭୟ ସମସ୍ତଙ୍କର ଥାଏ । ଏଠି ବାହାର ଦୁନିଆ ସହ ସଂପର୍କ ନଥାଏ କଏଦୀର । ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏମିତି ଏକ ଜେଲ ଅଛି ଯେଉଁଠି ଲୋକେ ସ୍ୱତଃ ପ୍ରବୃତ୍ତ ଭାବେ ଟଙ୍କା ଦେଇ ରୁହନ୍ତି । ଆଉ କଏଦୀ ଜୀବନକୁ ଉପଭୋଗ କରନ୍ତି ଏଠାରେ ।

୨୨୦ ବର୍ଷ ପୁରୁଣା ତେଲେଙ୍ଗାନାର ସାଙ୍ଗାରେଡ୍ଡୀ ଜେଲକୁ ଏବେ ଜେଲ ମ୍ୟୁଜିୟମ କରିଦିଆଯାଇଛି । ଜଣେ ଚାହିଁଲେ ଏଠି କଏଦୀ ଭାବେ ରହିପାରିବ ଏବଂ ଏଥିପାଇଁ ଦିନକୁ ୫ଶହ ଟଙ୍କା ରହିବା ବାବଦ ଅର୍ଥ ଦେବାକୁ ହୋଇଥାଏ ।

ଏହି ଜେଲ ମ୍ୟୁଜିୟମରେ ପ୍ରବେଶ କରିବା ପାଇଁ କିଛି ନିୟମ ରହିଛି । ପ୍ରବେଶକାରୀ ଭିତରକୁ ଗଲାବେଳେ ପ୍ରବେଶ ଦ୍ୱାରରେ ନିଜର ମୋବାଇଲ ଫୋନ ଓ ପର୍ସ ଆଦି ଜିନିଷକୁ ଅଫିସରେ ରଖିବାକୁ ହୁଏ । ଜେଲ ଭିତରେ କଏଦୀଙ୍କ ପାଇଁ ତିଆରି ହୋଇଥିବା ନିୟମ ଅନୁସାରେ ଚଳିବାକୁ ପଡିଥାଏ ।