ଜେଲରେ ଚାଲିଛି ସଂସାର : ଏମିତି ଏକ ଜେଲ ଯେଉଁଠି ସ୍ତ୍ରୀ-ପିଲା ସହ ରୁହନ୍ତି କଏଦୀ

33

captureଜେଲ ଶଦ୍ଦଟି ଶୁଣିଲେ ମନରେ କେମିତିଏକ ଅଲଗା ଭାବନା ଜାତ ହୁଏ । ସାଧାରଣ ଜୀବର କିଛି ସୁଖ ସୁବିଧାର ବଂଚିତ ହୋଇ ଅଲଗା ଜୀବନ ଜିଇଁବାର ଏକ ସ୍ଥାନ ଜେଲର କୋଠରୀ । କିନ୍ତୁ ବିଶ୍ୱରେ ଏମିତି ଏକ ଜେଲ ଅଛି ଯେଉଁଠି କଏଦୀ ନିଜର ପରିବାର ସହ ଏକାଠି ରହିବାର ସୁଯୋଗ ଦିଆଯାଉଛି ।

3ସ୍ପେନର ରାଜଧାନୀ ମାଡ୍ରିଡ୍ ଠାରୁ ୪୦ କି.ମି ଦୂରରେ ଥିବା ଆରାଂଜୁଏଜ୍ ଜେଲରେ ଏପରି ଅଜବ ବ୍ୟବସ୍ଥା ରହିଛି । ଏହି ଜେଲରେ ୩୬ ଫ୍ୟାମିଲ ସେଲ୍ ତିଆରି ହୋଇଛି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଜଣେ ସାଧାରଣରେ ଯେମିତି ସାଂସାରିକ ଲାଇଫ୍ ବିତାଏ ସେ ସବୁ ଏଠାରେ ମିଳୁଛି । ନିଜର ସ୍ତ୍ରୀ-ପିଲାଙ୍କ ସହ ଜଣେ କଏଦୀ ଖୁବ୍ ଆରାମରେ ନିଜର ବନ୍ଦୀ ଜୀବନ ବିତାଉଛି । ଏହି ଜେଲର କୋଠରୀରେ ପିଲାଙ୍କୁ ଧ୍ୟାନରେ ରଖି ଖେଳିବା ଠାରୁ ପାଠପଢା ଯାଏ ସବୁ ପ୍ରକାର ସୁବିଧା ରଖାଯାଇଛି ।

ସୂଚନା ଅନୁସାରେ ଏପରି ଜେଲ୍ ତିଆରିର ଉଦ୍ଦେଶ୍ୟ ଏୟା ଯେ ,ଯଦି ମା-ବାପା ଦୁଇଜଣ ଜେଲରେ ବନ୍ଦୀ ତ ପିଲାର ଭଲରେ ଦେଖାଶୁଣା ପାଇଁ ଓ ସୁନ୍ଦର ଭବିଷ୍ୟତ ପାଇଁ ଏପରି ବ୍ୟବସ୍ଥା ହୋଇଛି । ମାତା-ପିତାଙ୍କ ସହ ପିଲା ବି ଜେଲରେ ରହିବାର ସୁବିଧା କରାଯାଇଛି ।