ଦାନ ଅର୍ଥରେ ହେଲା ବିବାହ : ନିଜ ସ୍କୁଲସାଥୀଙ୍କୁ ବିବାହ କଲେ କ୍ୟାନସର ପୀଡିତା

35

6ଭଲପାଇବା ଆଗରେ ସବୁ ଯେ ତୁଚ୍ଛ ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି । ନିଜର ପ୍ରେମିକାକୁ ଜୀବନ ସାଥୀ କରିବାର ପ୍ରବଳ ଇଚ୍ଛା ଆଗରେ ସବୁ ପ୍ରତିବନ୍ଧକ ହାର ମାନିଛି । ଏମିତି ଏକ ଘଟଣା ଘଟିଛି ବ୍ରିଟେନରେ । ୧୭ ବର୍ଷୀୟା ଅମ୍ବେର ସ୍ନେଲହମ୍ । ଜଣେ କ୍ୟାନସର ପୀଡିତା । ୧୩ ବର୍ଷ ବୟସରୁ ବୋନ କ୍ୟାନସରରେ ଅମ୍ବେର ପୀଡିତ ଥିଲେ । ଆସ୍ତେ ଆସ୍ତେ ଏହା ବ୍ରେନକୁ ମଧ୍ୟ ବ୍ୟାପିଛି ।

7ଅମ୍ବେର ଓ ତାଙ୍କର ସାଥୀ ୧୭ ବର୍ଷୀୟ କାଲମ ଦୁହେଁ ପିଲାଦିନୁ ଭଲ ବନ୍ଧୁ ଥିଲେ । ପରସ୍ପରକୁ ଡେଟିଂ କରିବା ପୂର୍ବରୁ ଦୁହେଁ ବେଡମିନିଷ୍ଟର ଡାଇନ ସ୍କୁଲରେ ଏକା ସାଥୀରେ ପଢୁଥିଲେ । ପରେ ଦୁହିଁଙ୍କ ଭିତରେ ସଂପର୍କ ଆହୁରି ନିକଟତର ହୋଇଥିଲା । କାଲମ ଯେତେବେଳେ ଅମ୍ବେରଙ୍କୁ ପ୍ରପୋଜ କଲେ । ଅମ୍ବେର ନିଜର କ୍ୟାନସର ବିଷୟରେ ସବୁ କଥା କହିଥିଲେ । ଏହା ବ୍ରେନକୁ ବି ବ୍ୟାପି ସାରିଛି କହିଥିଲେ । କିନ୍ତୁ କାଲମ ନିଜର ଜୀବନସାଥୀ କରିବା ପାଇଁ ଅମ୍ବେରଙ୍କୁ ପ୍ରତିଶୃତି ଦେଇଥିଲେ । ସବୁ ପରିସ୍ଥିତିରେ ଅମ୍ବେରଙ୍କ ପାଖରେ ଠିଆ ହେଲେ । ଅର୍ଥାଭାବ ଭିତରେ ବି କ୍ୟାନସର ପୀଡିତା ଅମ୍ବେର ଭୁଲିଗଲେ ନିଜ ରୋଗକୁ । ସାଥୀ କାଲମର ସାହସ ଓ ପ୍ରତିଶୃତିକୁ ପାର୍ଥେୟ କରି ବିବାହ କରିବାକୁ ରାଜି ହେଲେ । ନିଜ ପୁଅର ଏହି ପସନ୍ଦରେ କାଲମଙ୍କ ମା’ ଖୁବ୍ ଖୁସି ହୋଇଥିଲେ । ସେମାନେ ଦୁହେଁ ବ୍ରିଲିଆଂଟ କପଲ ଏବଂ ଅନ୍ୟ ମାନଙ୍କ ପାଇଁ ଉଦାହରଣ ବୋଲି କହିଥିଲେ ।

ଏଭଳି ଏକ ପ୍ରେମ ବିବାହକୁ ଅନେକ ତାରିଫ କରିଥିଲେ ଏବଂ ପାଖାପାଖି ଶହେ ଜଣ ଲୋକଙ୍କ ଦାନ ଅର୍ଥରେ ଖୁବ୍ ଧୁମଧାମରେ ଅମ୍ବେର ଓ କାଲମଙ୍କ ବିବାହ ହୋଇଥିଲା ।

ଏହାସହ ମଧ୍ୟ ଦେଖନ୍ତୁ- ମା’ଙ୍କ ହୀରା ମୁଦି ଚୋରି କରି ପ୍ରେମ ପ୍ରସ୍ତାବ : ଦେଖନ୍ତୁ ଜଣେ ଛୋଟ ଝିଅର ପ୍ରେମ କାହାଣୀ