ଚର୍ଚ୍ଚାରେ ବିୟର ବୋତଲରେ ତିଆରି ମନ୍ଦିର : ପାଲଟିଛି ଆକର୍ଷଣର କେନ୍ଦ୍ରବିନ୍ଦୁ

78

buddhist-temple-made-of-bottlesସାଧାରଣତଃ ଆମେ ଜାଣିଛେ ବିୟରକୁ ପିଇ ସାରିଲା ପରେ ସେହି ବୋତଲକୁ ଏଣେତେଣେ ଫିଙ୍ଗି ଦେଇଥାନ୍ତି ଲୋକେ । ଆଉ ମଧ୍ୟ କବାଡି ବାଲାକୁ ବିକ୍ରି କରି ଦେଇଥାନ୍ତି । କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଏହି ଖାଲି ବିୟର ବୋତଲକୁ ବ୍ୟବାହର କରି ତିଆରି ହୋଇଛି ଏକ ସୁନ୍ଦର ମନ୍ଦିର । ଆଉ ଯାହାକୁ ଦେଖିବାକୁ ଲୋକଙ୍କର ଲାଗିଛି ଭିଡ ।

3Q1wyuCଦୈନିକ ଜାଗରଣରେ ପ୍ରକାଶିତ ସୂଚନା ଅନୁସାରେ ଥାଇଲ୍ୟାଣ୍ଡର ବୈାଦ୍ଧ ଭିକ୍ଷୁକମାନେ ଏହି ଅଦ୍ଭୁତ ମନ୍ଦିତକୁ ତିଆରି କରିଛନ୍ତି । ସାରା ବିଶ୍ୱରୁ ଲୋକେ ଦେଖିବାକୁ ଛୁଟିଛନ୍ତି ଏଠାକୁ । ଥାଇଲ୍ୟାଣ୍ଡର ସିସ୍କେଟ ଅଂଚଳରେ ବୈାଦ୍ଧ ଭିକ୍ଷୁକମାନେ ଦଶ ଲକ୍ଷ ବିୟର ବୋତଲକୁ ଏକାଠି କରି ଏହି ମନ୍ଦିର ନିର୍ମାଣ କରିଛନ୍ତି । ଏହି ମନ୍ଦିରର ଗାଧୁଆ ଘର , ମନ୍ଦିରର କାନ୍ଥ ଓ ବେଢା ସହ ଅନ୍ୟ ସବୁ ଘର ମଧ୍ୟ ବିୟର ବୋତଲରେ ତିଆରି ହୋଇଛି । ଖୁବ୍ ଆକୃଷ୍ଟ କରୁଛି ଲୋକଙ୍କୁ । ରଙ୍ଗବେରଙ୍ଗର ବିୟର ବୋଲତରେ ତିଆରି ଏହି ମନ୍ଦିର ଏକ ନୂତନ କଳା ନିପୂଣତାର ନିଦର୍ଶନ ପରି ମନେହୁଏ । ଏହାର ଡିଜାଇନ ଓ ସାଜ ସଜ୍ଜା ଦେଖିଲେ ମନକୁ ମୋହିତ କରିଦିଏ । ଆଖି ଝଲଛି ଯିବ ଥରେ ଏହି ଅଭିନବ ମନ୍ଦିରକୁ ଦେଖିଲେ ।

ଏହି ମନ୍ଦିରକୁ ଯିଏ ଦେଖିବ ସିଏ ନିଶ୍ଚୟ ଏହା ଭାବିବ ଯେ ଆମେ ଯାହାକୁ ବ୍ୟବହାର କରି ଡଷ୍ଟ ବିନରେ ପକାଇଦେଉଛେ ଏଥିରେ କେତେ ମହାନ କାର୍ଯ୍ୟ ହୋଇପାରିବ ସତରେ । ଖାଲି ବିୟର ବୋତଲରେ ଏମିତି ଏକ ସୁନ୍ଦର ମନ୍ଦିର ତିଆରି ହୋଇ ପାରିବ କେହି କେବେ ଭାବିନଥିବେ । ସେଥପାଇଁ ଆଜି ଏହା ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଯାଇଛି ।

ଦେଖନ୍ତୁ ଏହି ଭିଡିଓରେ ଏହି ଅଜବ ବିୟର ବୋତଲରେ ତିଆରି ମନ୍ଦିରକୁ –

ଏହାସହ ମଧ୍ୟ ପଢନ୍ତୁ- ଅଦ୍ଭୂତ ଆଶ୍ଚର୍ଯ୍ୟ ନାରୀଲତା : ୨୦ ବର୍ଷରେ ଥରେ ମହିଳା ରୂପରେ ଫୁଟେ ଫୁଲ