ମହିଳାଙ୍କ ଅଜବ ବନ୍ଧୁ ପ୍ରୀତି ! ପ୍ରିୟ ଘୋଡା ମରିଗଲା ପରେ ତାର ମାଂସକୁ ଖାଇଲେ ୬ମାସ

74

ଏ ଦୁନିଆ ଯେମିତି ବିଚିତ୍ରକର । ଏଠି ବସବାସ କରୁଥିବା ଲୋକେ ବି ସେମିତି ଅଜବଧରଣର । ଏବେ ଏମିତି ଏକ ଖବର ପ୍ରକାଶିତ ହୋଇଛି । ଯାହା ଜାଣିଲେ ଆପଣ ବିଶ୍ୱାସ କରିପାରିବେନି । ଜଣେ ମହିଳା ଯିଏକି ଜଣେ ହର୍ସ ରେସର ନିଜର ଘୋଡାଟି ଦୁର୍ଘଟଣାରେ ମରିଯିବା ପରେ ତାର ମାଂସକୁ ଖାଇ ଚର୍ଚ୍ଚାକୁ ଆସିଛନ୍ତି ।

ଖବର ଅନୁସାରେ ,ହେଲେନା ଷ୍ଟାଲ୍ ନାମକ ସ୍ୱିଡେନର ଏହି ଘୋଡା ରେସର ତାଙ୍କ ଫେସବୁକ ପେଜରେ ପୋଷ୍ଟ କରିଥିବା ଏକ ଫଟୋକୁ ନେଇ ଏବେ ବିବାଦ ଘେରରେ । ସେ ଜଣେ ହର୍ସ ରେସର ଓ ସେ ଖୁବ୍ ଭଲପାଆନ୍ତି ନିଜ ଘୋଡା ଇଫି ମେଣ୍ଟକୁ । ହେଲେ ଦିନେ ଏକ ଦୁର୍ଘଟଣାରେ ଘୋଡାଟି ମରିଯାଇଥିଲା । ଘୋଡାର ମୃତ ଦେହକୁ ପୋତିବା ବଦଳରେ ତାର ମାଂସକୁ କାଟି ରୋଷେଇ କରି ଖାଇଛନ୍ତି ଏବଂ ତାଙ୍କର କିଛି ବନ୍ଧୁଙ୍କୁ ମଧ୍ୟ ଖୁଆଇଛନ୍ତି । ଏକଥାଟି ଫେଜ ବୁକରେ ସେୟାର କରିବା ଦ୍ୱାରା ଏହାକୁ ନେଇ ଖୁବ୍ କମେଣ୍ଟ ଆସିଛି । ଆଶ୍ଚର୍ଯ୍ୟ କଥା ହେଲା ଘୋଡାଟିରୁ ବାହାରିଥିବା ୧୫୪ କେଜି ମାଂସକୁ ସେ ୬ ମାସ ଯାଏ ଖାଇଛନ୍ତି ।

                                                               ( ସୈାଜନ୍ୟ : ଡେଲିମେଲ୍ )

ଏହାସହ ମଧ୍ୟ ପଢନ୍ତୁ – ୪ ଘଂଟାର ଅପରେସନ ; କଇଁଛ ପେଟରୁ ବାହାରିଲା ୯୧୫ଟି ମୁଦ୍ରା !