ଷ୍ଟେସନ ନାଁ ରାମ ମନ୍ଦିର : ମୁମ୍ବାଇରେ ଅଛି ଏମିତି ଏକ ରେଳ ଷ୍ଟେସନ

59

ଦେଶର ଅନେକ ସ୍ଥାନରେ ଥିବା ରେଳ ଷ୍ଟେସନ ବା ଏୟାର ପୋର୍ଟ ଆଦିର ନାଁ ସେହି ସ୍ଥାନ ବା କୈାଣସି ପ୍ରସିଦ୍ଧ ବ୍ୟକ୍ତିଙ୍କ ନାଁରେ ନାମକରଣ ହୋଇଥାଏ । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ମୁମ୍ବାଇରେ ଅଛି ଏମିତି ଏକ ରେଳ ଷ୍ଟେସନ, ଯାହାର ନାଁ ‘ରାମ ମନ୍ଦିର’ ଦିଆଯାଇଛି ।

ମୁମ୍ବାଇର ଆଶିୱାରାରେ ଏକ ଲୋକାଲ ଷ୍ଟେସନର ନାଁ ‘ ରାମ ମନ୍ଦିର’ ରଖାଯାଇଛି । ଏହି ଅଂଚଳରେ ଥିବା ୨ଶହ ବର୍ଷ ପୁରୁଣା ରାମ ମନ୍ଦିରର ନାଁ ଅନୁସାରେ ଏପରି ନାମକରଣ ହୋଇଛି । ସୂଚନା ଅନୁସାରେ ଏଠାର ଅଧିବାସୀମାନେ ମଧ୍ୟ ଏହି ନାମରେ ନାମ କରଣ ପୂର୍ବରୁ ରାମ ମନ୍ଦିର କହୁଥିଲେ ଏବଂ ଏହାର ମୁଖ୍ୟ ସଡକର ନାଁ ବି ରାମ ମନ୍ଦିର ମାର୍ଗ ରଖାଯାଇଛି ।