ବିମାନରେ ସାମସଙ୍ଗ୍ ଗାଲାକ୍ସି ନୋଟ୍-୨ ଫୋନରେ ନିଆଁ

21

vlcsnap-2016-09-23-20h45m53s094ବିମାନରେ ସାମସଙ୍ଗ୍ ଗାଲାକ୍ସି ନୋଟ୍-୨ ଫୋନରେ ନିଆଁ । ସିଙ୍ଗାପୁରରୁ ଚେନ୍ନାଇ ଯାଉଥିବା ବିମାନରେ ଆଜି ଏଭଳି ଏକ ଦୁର୍ଘଟଣା ଦେଖିବାକୁ ମିଳିଛି । ଆଜି ସକାଳେ ଇଣ୍ଡିଗୋର ଏକ ବିମାନ ଚେନ୍ନାଇରେ ଅବତରଣ କରୁଥିବା ବେଳେ ଏଭଳି ଦୁର୍ଘଟଣା ଦେଖିବାକୁ ମିଳଛି । ଏହି ଘଟଣାରେ କିଛି କ୍ଷୟକ୍ଷତି ହୋଇନାହିଁ ।

vlcsnap-2016-09-23-20h47m22s919ତେବେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ମହାନିର୍ଦେଶକ ବିମାନରେ ସାମସଙ୍ଗ ନୋଟ୍ ଫୋନ୍ ନନେବାକୁ ଯାତ୍ରୀମାନଙ୍କୁ ପରାମର୍ଶ ଦେଇଛନ୍ତି । ଖୁବ୍ ଶୀଘ୍ର ମୋବାଇଲ୍ କମ୍ପାନୀର ଅଧିକାରୀଙ୍କ ସହ ମହାନିର୍ଦେଶକ ଆଲୋଚନା କରିପାରନ୍ତି ବୋଲି ସୂଚନା ମିଳିଛି ।

ନିକଟରେ ସାମସଙ୍ଗ ମୋବାଇଲ୍ କମ୍ପାନୀ ତାର ତ୍ରୁଟିପୂର୍ଣ୍ଣ ବ୍ୟାଟେରୀ ପାଇଁ ବଜାରରୁ ପ୍ରାୟ ୨୫ ଲକ୍ଷ ସାମସଙ୍ଗ ଗାଲାକ୍ସି ନୋଟ୍-୭କୁ ବଜାରରୁ ପ୍ରତ୍ୟାହାର କରିନେଇଥିଲା ।

ଦେଖନ୍ତୁ ଏହି ଭିଡିଓ –