ରୋବର୍ଟ ସାଜିଛି ପାଦ୍ରୀ ! ଚର୍ଚ୍ଚରେ ଲୋକଙ୍କୁ ଦେଉଛି ଆଶୀର୍ବାଦ

35

ଜର୍ମାନୀ : ଆମେ ବର୍ତ୍ତମାନ ସୁଦ୍ଧା ରୋବର୍ଟ ରେଷ୍ଟୁରାଣ୍ଟରେ କାମ କରିବା , କର୍ପୋରେଟ୍ ହାଉସରେ କିମ୍ବା ଘରେ ସହଯୋଗୀ ଭାବେ ଦାୟିତ୍ୱ ତୁଲାଉଥିବା ବିଷୟ ଶୁଣିଛେ । ହେଲେ ଚର୍ଚ୍ଚରେ ରୋବର୍ଟ ପାଦ୍ରୀଙ୍କ ଭୂମିକା ତୁଲାଉଥିବାର ପ୍ରଥମଥର ଦେଖିବାକୁ ମିଳିଛି ।

ଜର୍ମାନୀର ଏକ ଚର୍ଚ୍ଚରେ ‘ବ୍ଲେସ୍ ୟୁ-୨’ ନାମକ ଏକ ରୋବର୍ଟ ଏବେ ପାଦ୍ରୀଙ୍କ ଭୂମିକା ତୁଲାଇବା ସହ ଲୋକଙ୍କୁ ଆଶୀର୍ବାଦ ମଧ୍ୟ ଦେଉଛି । ଏହି ରୋବର୍ଟକୁ ୱିଟେନବର୍ଗରେ ଲଂଚ କରାଯାଇଥିବା ବେଳେ ଏହାକୁ ନେଇ ଏବେ ନୂଆ ଇଚ୍ଛୁକତା ଦେଖାଦେଇଛି । ଚର୍ଚ୍ଚର ଲୋକଙ୍କ କହିବା ଅନୁସାରେ ଆଶୀର୍ବାଦ ଦେବା ପୂର୍ବରୁ ରୋବର୍ଟ ସେମାନଙ୍କୁ ପୁରୁଷଙ୍କ ସ୍ୱରରେ ଆଶୀର୍ବାଦ ଚାହୁଁଛନ୍ତି ନା ମହିଳାଙ୍କ ସ୍ୱରରେ ଆଶୀର୍ବାଦ ଚାହୁଁଛନ୍ତି ବୋଲି ପଚାରିଥାଏ । ଏପରିକି କେଉଁ ପ୍ରକାର ଆଶୀର୍ବାଦ ଆପଣଙ୍କୁ ଦରକାର , ତାହା ମଧ୍ୟ ରୋବର୍ଟ ଲୋକଙ୍କୁ ପଚାରିଥାଏ । ଏହି ରୋବର୍ଟ ବାଇବଲ୍ ପଢିବା ସହ ଲୋକଙ୍କୁ ଈଶ୍ୱର ତୁମକୁ ଆଶୀର୍ବାଦ ଦିଅନ୍ତୁ ଓ ତୁମର ସୁରକ୍ଷା କରନ୍ତୁ ବୋଲି କହିଥାଏ ।   ( ସୈାଜନ୍ୟ :  ଏନଡ଼ି ଟିଭି )

ଏହା ସହ ଦେଖନ୍ତୁ ଏହି ଭିଡ଼ିଓ –