ନିଆରା ସଡକ ! ଆପେ ଆପେ ମରାମତି ହେଉଛି ରାସ୍ତାରେ ଥିବା ଗାତ

35

ସଡକରେ ଗାତ ଓ ଖାଲ ଖମାକୁ ନେଇ ସାଧାରଣରେ ବଡ ସମସ୍ୟା ସୃଷ୍ଟି ହୋଇଥାଏ । ଭାରତରେ ଏହାକୁ ନେଇ ବିକ୍ଷୋବ ଓ ଆନ୍ଦୋଳନ ସାଧାରଣ କଥା । ଏହି ମରାମତି ବାବଦରେ କୋଟି କୋଟି ଟଙ୍କା ହରିଲୁଟ୍ ହେଉଥିବାର ଅଭିଯୋଗ ମଧ୍ୟ ଆସେ । ହେଲେ ଏପରି ଏକ ଦେଶ ଅଛି ଯେଉଁଠାରେ ରାସ୍ତାରେ ସୃଷ୍ଟି ହୋଇଥିବା ଗାତ ଆପେ ଆପେ ମରାମତି ହୋଇଥାଏ ।

ନେଦରଲାଣ୍ଡର ବୈଜ୍ଞାନିକମାନେ ଏପରି ଏକ ସଡକ ନିର୍ମାଣରେ ସଫଳତା ହାସଲ କରିଛନ୍ତି , ଯେଉଁଥିରେ ରାସ୍ତାରେ ଗାତ ହେଲେ ଆଉ ମରାମତି କରିବାକୁ ପଡିବ ନାହିଁ । ଏହାର ଗାତ ଏବଂ ଫାଟ ଆପେ ଆପେ ବୁଜି ହୋଇଯିବ । ଏଥିପାଇଁ ବ୍ୟାକ୍ଟେରିଆର ସହଯୋଗ ମଧ୍ୟ ନିଆଯାଇଛି ବୈଜ୍ଞାନିକମାନେ ଷ୍ଟିଲ୍ ଫାଇବର ମିଶ୍ରଣରେ ଏକ ଡାମର ପ୍ରସ୍ତୁତ କରିଚନ୍ତି ନେଦରଲାଣ୍ଡରେ ଏହି ବିଶେଷ ପ୍ରକାର ଡାମରରେ ୧୨ରୁ ଅଧିକ ସଡକ ନିର୍ମାଣ ହୋଇଛି । ଫାଟ ଏବଂ ଗର୍ତ୍ତ ହେବାପରେ ଏହି ସ୍ଥାନ ଆପେ ଆପେ ଭରିଯାଉଥିବା ଦେଖିବାକୁ ମିଳୁଛି । ତେବେ ଏହା ଉପରେ ରୋଲର ଚଢାଇବାର ଆବଶ୍ୟକତା ରହିଛି । ବୈଜ୍ଞାନିକମାନଙ୍କର ଦାବି ହେଉଛି ଏହି ସ୍ୱତନ୍ତ୍ର ଡାମରରେ ପ୍ରସ୍ତୁତ ସଡକର ସ୍ଥାୟିତ୍ୱ ସାଧାରଣ ସଡକ ଠାରୁ ଦୁଇଗୁଣା ଅଧିକ ଅଟେ ।