ଶ୍ମଶାନରେ ହୋଟେଲ : ଲୋକେ ଶବ ପାଖରେ ବସି ଖାଆନ୍ତି ଖାଦ୍ୟ !

27

ଅହମ୍ମଦାବାଦ : ଲୋକେ ହୋଟେଲ ଯାଆନ୍ତି କିଛି ଭିନ୍ନ ପ୍ରକାରର ଖାଦ୍ୟ ଖାଇବାକୁ । ଏକ ଅଲଗା ବାତାବରଣରେ କିଛି ନୂଆ ଅନୁଭୂତିରେ ଖାଇବା ସହ ଖୁସିର ମୁହୂର୍ତ୍ତ ବିତେଇବାକୁ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏମିତି ଏକ ହୋଟେଲ ଅଛି ଯେଉଁଠି ଲୋକେ ଶବ ପାଖରେ ବସି ଖାଇଥାନ୍ତି ।

ସୂଚନା ଅନୁସାରେ , ଅହମ୍ମଦାବାଦରେ ନ୍ୟୁ ଲକି ରେଷ୍ଟୁରାଂଟ ନାମରେ ଅଛି ଏମିତି ଏକ ହୋଟେଲ । ଏହି ହୋଟେଲଟି ଏକ ଶ୍ମଶାନରେ ତିଆରି ହୋଇଛି । ଏହି ହୋଟଲ ଭିତରେ ରହିଛି ସମାଧି ଫଳକ । ଏହା ଷ୍ଟିଲ ବାର୍ ଦ୍ୱାରା ଆବୃତ୍ତ ହୋଇଛି । ଆଉ ଆଗନ୍ତୁକମାନେ ମଧ୍ୟ ଖୁବ୍ ଆନନ୍ଦରେ ଏହି ହୋଟେଲରେ ଭୋଜନ କରିଥାନ୍ତି । ହୋଟେଲ ମାଲିକ କ୍ରିଷ୍ଣା ନାୟରଙ୍କ କହିବାନୁସାରେ , ଶବ ନିକଟରେ ଖାଇବା ଏକ ଭାଗ୍ୟର କଥା । ଆଉ ଲୋକେ ଏହାକୁ ମଧ୍ୟ ଏକ ଖୁସି ଭାବିନେଇଛନ୍ତି । ହୋଟେଲର ବ୍ୟବସାୟ ମଧ୍ୟ ଭଲ ଚାଲିଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –