ବ୍ୟବସାୟୀଙ୍କ ମହାନ କାର୍ଯ୍ୟ ! ୧୦ ହଜାର ଝିଅଙ୍କୁ ବାଂଟିଲେ ୨ଶହ କୋଟି

29

bପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଆରମ୍ଭ ହୋଇଥିବା ‘ ବେଟି ବଚାଓ, ବେଟି ପଢାଓ’ ଅଭିଯାନ ଦ୍ୱାରା ପ୍ରେରିତ ହୋଇ ଗୁଜୁରାଟର ଜଣେ ବ୍ୟକ୍ତି କରିଛନ୍ତି ମହାନ କାର୍ଯ୍ୟ । ୧୦ ହଜାର ପଟିଦାର ସଂପ୍ରଦାୟର ଝିଅଙ୍କୁ ବାଂଟିଛନ୍ତି ୨ଶହ କୋଟି ଟଙ୍କା । ଏହି ଖବରକୁ ନେଇ ଚାରିଆଡେ ଚର୍ଚ୍ଚା ଏବଂ ସେହି ବ୍ୟକ୍ତି ସାଜିଛନ୍ତି ପ୍ରଶଂସାର ପାତ୍ର ।

ସୂଚନା ଅନୁସାରେ, ମଙ୍ଗୱାରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସୁରତରେ ଏହି ବ୍ୟବସାୟୀ ଲୱଜୀ ଡି. ଦୈଲ୍ୟା ଓରଫ୍ ବାଦଶାହ ଏହି ଘୋଷଣା କରିଛନ୍ତି । ନିଜର ଏହି ଘୋଷଣା ବେଳେ ମୋଦିଙ୍କର ‘ ବେଟି ବଚାଓ, ବେଟି ପଢାଓ’ ଅଭିଯାନ ବିଷୟରେ କହିଥିଲେ । ଏହାସହ ତାଙ୍କ ସଂପ୍ରଦାୟରେ କନ୍ୟା ଭ୍ରୁଣ ହତ୍ୟା ବହୁତ ହେଉଛି । ଏହାକୁ ରୋକିବାକୁ ସେ ଏହି ପଦକ୍ଷେପ ନେଇଛନ୍ତି ବୋଲି କହିଛନ୍ତି ବାଦଶାହ ।