ଏମିତି ଅଛି ଏକ ଅଜବ ବଙ୍ଗଳା : ଯେଉଁଠି ଭୂତ ମାରେ ଚାପୁଡା

101

ରାଜସ୍ଥାନର ପୁରୁଣା କୋଠା ବା ବଙ୍ଗଳାରେ ଭୂତ ଥିବା କାହାଣୀ ସାରା ବିଶ୍ୱରେ ପରିଚିତ । ଏଠାରେ ଏମିତି ଏକ ବଙ୍ଗଳା ଅଛି ଯେଉଁଠି ଡ୍ୟୁଟିରେ ଶୋଇ ପଡିଲେ ଭୂତ ଚାପୁଡା ମାରି ନିଦରୁ ଉଠାଇଦିଏ । ଏହା ଗପ ପରି ଲାଗୁଥିଲେ ବି ସତ । ଏ ଖବର ପ୍ରକାଶ ପାଇଛି ଦୈନିକ ଜାଗରଣରେ ।

ରାଜସ୍ଥାନର କୋଟାସ୍ଥିତ ବ୍ରଜରାଜ ଭବନ ପ୍ୟାଲେସ । ନିଜର ଇତିହାସକୁ ନେଇ ଖୁବ୍ ପ୍ରସିଦ୍ଧ । ୧୮୦ ବର୍ଷର ପୁରୁଣା ଏହି ଭବନ ୧୯୮୦ରେ ଏକ ଐତିହାସିକ ହୋଟେଲରେ ପରିଣତ ହୋଇଛି । କିନ୍ତୁ ଏଠାକୁ ଆସୁଥିବା ଲୋକଙ୍କୁ ଭୂତ ଥିବା ଅନୁଭବ ହୁଏ । ଶୁଣିବାକୁ ମିଳେ ଏହି ହୋଟେଲରେ ମେଜର ବର୍ଟନ ନାମରେ ଏକ ଭୂତ ରହୁଛି । ବ୍ରିଟିଶ ଶାସନ ସମୟରେ କୋଟାସ୍ଥିତ ଏହି ମେଜର ଏହି ବଙ୍ଗଳାରେ ରହୁଥିଲେ । ୧୮୫୭ର ବିଦ୍ରୋହ ସମୟରେ ଭାରତୀୟ ସିପାହୀମାନେ ତାକୁ ମାରିଦେଇଥିଲେ । ମେଜରଙ୍କ ସହ ତାଙ୍କର ଦୁଇ ପୁଅଙ୍କୁ ବି ହତ୍ୟା କରାଯାଇଥିଲା । ୧୯୮୦ରେ ମେଜରଙ୍କ ଆତ୍ମାକୁ କୋଟାର ଏହି ବଙ୍ଗଳାରେ ପୂର୍ବ ମହାରଣୀ ଦେଖିଥିଲେ ।

ସେଠାର ଲୋକଙ୍କ କହିବାନୁସାରେ ଏହି ଭୂତ ଲୋକଙ୍କର କୈାଣସି କ୍ଷତି କରିନାହିଁ । କିନ୍ତୁ ରାତିରେ ଡ୍ୟୁଟି ସମୟରେ କୈାଣସି ଗାର୍ଡ ଶୋଇଗଲେ , ତାଙ୍କୁ ଚାପୁଡା ମାରି ସଜାଗ କରିଦେଉଛି ଏହି ଭୂତ । ଏଣୁ ଏଠି ଚାକିରୀ କରୁଥିବା ଲୋକ ଡ୍ୟୁଟି ସମୟରେ ଶୋଇବାକୁ ଡରୁଛନ୍ତି । ଆଉ ମଧ୍ୟ ଏଠି ସିଗାରେଟ ପିଇଲେ ଭୂତ ଚାପୁଡା ମାରିଛି ।