ଛତିଶଗଡ : ଏସପି ବନିଲେ ଶିକ୍ଷକ ! ପିଲାଙ୍କୁ ପାଠ ପଢାଇଲେ ଆରକ୍ଷୀ ଅଧିକ୍ଷକ

50

କନକ ବ୍ୟୁରୋ : ଏସପି ବନିଲେ ଶିକ୍ଷକ । ପିଲାଙ୍କୁ ପାଠ ପଢାଇଲେ ଆରକ୍ଷୀ ଅଧିକ୍ଷକ । ବିଦ୍ୟାଳୟକୁ ଯାଇ ପିଲାଙ୍କୁ ପାଠ ପଢାଇଲେ ଛତିଶଗଡର ଜଣେ ଓଡ଼ିଆ ଏସପି । ଛତିଶଗଡ ବଲୋଦା ବଜାର ଏସପି ଆର.ଏନ ଦାଶ କୌଣସି କାମରେ ଯାଉଥିବା ସମୟରେ ଭାଟାପାରାରେ ଅଟକି ଯାଇଥିଲେ । ସେଠାରେ ଥିବା ଦାବୋନବୋଡ ପ୍ରାଥମିକ ବିଦ୍ୟାଳୟକୁ ଯାଇ ଛାତ୍ରଛାତ୍ରୀଙ୍କ ସହ କଥା ହେବାସହ ତାଙ୍କୁ ପଢାଇବାକୁ ଲାଗିଥିଲେ । ୩ଘଂଟା ଧରି ସେ ପିଲାଙ୍କୁ ପାଠପଢାଇଥିଲେ  ।

ଗଣିତ, ବିଜ୍ଞାନ ଓ ଭୂଗୋଳ ଆଦି ବିଷୟରେ ପିଲାଙ୍କୁ ଶିକ୍ଷା ଦେଇଥିଲେ ଏସପି  । ପିଲାମାନେ ମଧ୍ୟ ବେଶ ଖୁସି ହୋଇ ଏସପିଙ୍କ  ସହ ପାଠପଢା ବିଷୟରେ ଆଲୋଚନା କରିଥିଲେ । ଏହାସହ ଛାତ୍ରଛାତ୍ରୀଙ୍କ ସହ ବନ୍ଧୁତ୍ୱପୂର୍ଣ୍ଣ ବ୍ୟବହାର କରିବାକୁ ଶିକ୍ଷକଙ୍କୁ ପରାମର୍ଶ ଦେଇଥିଲେ ଏସପି ଆରଏନ୍ ଦାଶ । ପୂର୍ବରୁ ଛତିଶଗଡର ଜଣେ ଜିଲ୍ଲାପାଳ ଯାଉଥିବା ରାସ୍ତାରେ ଅଟକି ବିଲରେ ଧାନ କାଟିବା ଘଟଣା ବେଶ ଚର୍ଚ୍ଚିତ ହୋଇଥିଲା  ।