ବିଛା ବିଷ କାଢ଼ିବ ରୋବଟ !

92

ବିଛା ବିଷକୁ ଅନେକ ପ୍ରକାର ଔଷଧ ପ୍ରସ୍ତୁତ କରିବା ପାଇଁ ବ୍ୟବହାର କରାଯାଇଥାଏ । ବିଶେଷ କରି ମ୍ୟାଲେରିଆ ପ୍ରତିରୋଧକ ଔଷଧ ଏବଂ କ୍ୟାନସର ରୋଗର ଚିକିତ୍ସାରେ ବ୍ୟବହୃତ ଔଷଧ ପ୍ରସ୍ତୁତ ପାଇଁ ଏହାକୁ ବ୍ୟାପକ ମାତ୍ରାରେ ଉପଯୋଗ କରାଯାଇଥାଏ । ତେବେ ଏ ପର୍ଯ୍ୟନ୍ତ ବିଛା ଦେହରୁ ବିଷକୁ ମଣିଷ ନିଜେ କାଢୁଥିଲା । ଏହା ଅତି ବିପଦଜନକ କାର୍ଯ୍ୟ । ତା’ ଛଡା ଏହାଯୋଗୁଁ ଅନେକ ସମୟରେ ବିଛା ଗୁଡିକ ମରିଯାଇଥା’ନ୍ତି ।

ସେହିପରି ମନୁଷ୍ୟକୃତ ପ୍ରଣାଳୀରେ ବିଷ କାଢିବା ପାଇଁ ଅଧିକ ସମୟ ଅପଚୟ ହେଉଥିଲା । ଏସବୁ ସମସ୍ୟାର ସମାଧାନ ପାଇଁ ମରକ୍କୋ ବିଶ୍ୱବିଦ୍ୟାଳୟର ଗବେଷକମାନେ ଏବେ ଏକ ରୋବଟ ପ୍ରସ୍ତୁତ କରିଛନ୍ତି । ‘ଭିଇଏସ୍-୪’ ନାମକ ଉକ୍ତ ରୋବଟ ବିଛାକୁ ଫାସରେ ପକାଇ ଧରିବ ଏବଂ ତା’ର ଲାଂଜକୁ ଧରି ରଖି ତା’ ଦେହରେ ବିଦ୍ୟୁତ୍ ସ୍ରୋତ ପ୍ରବାହିତ କରାଇବ । ଏହି ନିୟନ୍ତ୍ରିତ ପ୍ରକ୍ରିିୟା ମାଧ୍ୟମରେ ବିଛା ଦେହର ଗ୍ରନ୍ଥିରୁ ବିଷ ବାହାରି ରୋବଟରେ ନିର୍ମିତ ସ୍ୱତନ୍ତ୍ର ଧରଣର ଗର୍ଭରେ ସଂରକ୍ଷିତ ହୋଇଯିବ । ବିଷ ସଂଗ୍ରହ ପାଇଁ ଲାଗୁଥିବା ସମୟ ହ୍ରାସ ପାଇବ । ତା’ଛଡା ବିଛାମାନେ ମଧ୍ୟ ଏହି ପ୍ରକ୍ରିୟାରେ ସୁରକ୍ଷିତ ରହିବେ ।

(ସୈାଜନ୍ୟ – ସାଇନ୍ସ ଡେଲି)